ETV Bharat / state

ଗ୍ରାସୀମ କେମିକାଲ ପ୍ଳାଣ୍ଟରେ ଅଘଟଣ: 6 ଆହତ, 2 ଗୁରୁତର - Chemical Factory Explosion

author img

By ETV Bharat Odisha Team

Published : May 24, 2024, 11:10 PM IST

Chemical Factory Explosion: ଗ୍ରାସୀମ କେମିକାଲ ପ୍ଳାଣ୍ଟରେ ଅଘଟଣ । ଯେଉଁଥିରେ ଛଅ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ,

Chemical Factory Explosion
Chemical Factory Explosion (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହର ନିକଟରେ ରହିଥିବା ଗ୍ରାସୀମ କେମିକାଲ ପ୍ଳାଣ୍ଟରେ ଶୁକ୍ରବାର ଅଘଟଣ ଘଟିଛି । ଯେଉଁଥିରେ ଦୁଇ ଜଣ ଇଞ୍ଜିନିୟର ସମେତ ଛଅ ଜଣ ଆହତ ହୋଇଥିବା ବେଳେ ଏହି ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗ୍ରାସୀମ କେମିକାଲ ପ୍ଳାଣ୍ଟ ପରିସରରେ ରହିଥିବା ସଲଫରିକ୍ ଏସିଡ୍ ପ୍ଲାଣ୍ଟର ପାଇପ ଲାଇନରେ ହଠାତ୍ କାର୍ଯ୍ୟ ଚାଲିଥିଲା ବେଳେ ତାହା ଫାଟି ଯାଇଥିଲା। ଫଳରେ ଦୁଇ ଇଞ୍ଜିନିୟର ସମେତ ଛଅ ଜଣ ଆହତ ହୋଇଥିଲେ । ସୂଚନା ମୁତାବକ ଏହି ଦୁର୍ଘଟଣା ସକାଳ 9ଟା 30 ପାଖାପାଖି ହୋଇଥିଲା ।

Chemical Factory Explosion (ETV Bharat Odisha)

ସେପଟେ ସଲଫରିକ୍ ଏସିଡ୍ ଆଘାତରୁ ପ୍ଳାଣ୍ଟ ପରିସରରେ କାର୍ଯ୍ୟରତ ରହିଥିବା ସୁଫରଭାଇଜର ରୋହିତ ୟାଦବ ଗୁରୁତର ଆହତ ହୋଇଥିଲେ । ତେବେ ସଲଫରିକ୍ ଏସିଡ୍ କାରଣରୁ ତାଙ୍କ ଆଖିରେ ଆଘାତ ଲାଗିଥିଲା । ତେବେ ତାଙ୍କୁ ପ୍ରଥମେ ଗଞ୍ଜାମର ରହିଥିବା ଗ୍ରାସୀମର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ପରେ ତାଙ୍କୁ ବ୍ରହ୍ମପୁର ସହରର ଏକ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଏବେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେହିପରି ଏହି ଘଟଣାରେ ଅନ୍ୟ ଦୁଇଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସେମାନେ ହେଲେ ଇଞ୍ଜିନିୟର କେଶବ ସାହୁ ଏବଂ ଶଶିକାନ୍ତ ମହାରଣା। ସେହିପରି ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ ତିନି ଜଣ ହେଲେ ଜି.ଅଶୋକାନ୍, ଇଞ୍ଜିନିୟର ଲକ୍ଷ୍ମୀକାନ୍ତ ନାୟକ ଓ ଶ୍ରମିକ ଠିକାଦାର ଜଗଦୀଶ ରେଡି ।

ଏହା ମଧ୍ୟ ପଢନ୍ତୁ.. ବଳ ଗୋଟାଉଛି ବାତ୍ୟା, ଓଡିଶାର ବନ୍ଦର ଗୁଡିକକୁ ବିପଦ ସଙ୍କେତ - Cyclone Updates

ତେବେ ଆହତ ମାନଙ୍କ ଆଖି ଏବଂ ଶରୀରରେ ବହୁ ସ୍ଥାନରେ ଏସିଡ ପଡିଯିବା ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି l ମିଳିଥିବା ସୂଚନା ମୁତାବକ ସଲଫରିକ୍ ପ୍ଲାଣ୍ଟ ରସର୍ଟଡାଉନ ନେଇ ପାଇପ ଲାଇନ ଖୋଲୁଥିବା ବେଳେ ପାଇପଟି ଭାଙ୍ଗିଯାଇଥିଲା l ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି l ତେବେ ପୂର୍ବରୁ ଗଞ୍ଜାମ ସହରର ଗ୍ରାସିମ୍ ଇଣ୍ଡଷ୍ଟ୍ରିରେ ବିଭିନ୍ନ ସମୟରେ ଅଘଟଣ ଘଟି ଅନେକ ଆହାତ ହେଉଥିବା ଘଟଣା ଦେଖିବାକୁ ମିଳିଛି। ତେବେ ଗ୍ରାସୀମ କେମିକାଲ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ପ୍ରକାଶ କରି ନାହାନ୍ତି। ଅନ୍ୟପଟେ ସ୍ଥାନୀୟ ଲୋକମାନେ କାରଖାନାରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି। ତେବେ ଲୋକଙ୍କ ମତରେ ଏହିଭଳି ଦୁର୍ଘଟଣା ନଘଟିବା ପାଇଁ କମ୍ପାନୀ ପକ୍ଷରୁ ସତର୍କତା ପଦକ୍ଷେପ ନିଆଯାଇ ନାହିଁ।

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.