ରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ସେ ଅପୂର୍ବ ଦୃଶ୍ୟ

By

Published : Jun 30, 2023, 11:13 AM IST

thumbnail

ପୁରୀ: ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ମଙ୍ଗଳ ଆଳତୀ ସମ୍ପର୍ଣ୍ଣ ହୋଇଛି । ରଥରେ ମହାପ୍ରଭୁଙ୍କ ଆଳତୀ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ଅପୂର୍ବ ସେ ପରିବେଶ ମନମୋହିଛି ପ୍ରଭୁଙ୍କ ମଙ୍ଗଳ ଆଳତୀ । ଜଗ ଜଗନ୍ନାଥ ହରିବୋଲ ହୁଳହୁଳିରେ କମ୍ପିଛି ବଡଦାଣ୍ଡ । ରଥାରୁଢ ତିନିଠାକୁରଙ୍କ ମଙ୍ଗଳ ଆଳତୀ ସହ ମହାପ୍ରଭୁଙ୍କ ଅଧରପଣା ନୀତି ପାଇଁ ପ୍ରସ୍ତୁତି ଚାଲିଛି । ଦୈନନ୍ଦିନ ନୀତିକାନ୍ତି ଭଳି ସକାଳୁ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ଆଦି ବିଭିନ୍ନ ନୀତି କାନ୍ତି ବଢି ଦିନ 3 ଟା 30 ରୁ 4 ଟା 30 ଯାଏ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ। ପରେ ମହାପ୍ରଭୁଙ୍କ ଅଧର ପଣା ନୀତି ଅନୁଷ୍ଠିତ ହେବ । ରାତି 8ଟାରେ ଅଧର ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ, ସଂଧ୍ୟା ଆଳତୀ, ସଂଧ୍ୟା ଧୂପ, ବଡ ସିଂହାର ବେଶ, ଭୋଗ ଓ ପରେ ରାତି 2 ଟାରେ ରାତ୍ର ପହୁଡ଼ ନୀତି ହେବ । ଆସନ୍ତାକାଲି (ଶନିବାର) ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଅପରାହ୍ନ 4 ଟାରେ ପହଣ୍ଡି ଆରମ୍ଭ ହେବ ।

ଇଟିିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.