ETV Bharat / state

ରେଶମ ସହରରେ ଡରାଉଛି ଖରା, ଅସ୍ତବ୍ୟସ୍ତ ଜନଜୀବନ - Heatwave in Berhampur

author img

By ETV Bharat Odisha Team

Published : May 24, 2024, 6:35 PM IST

Heatwave in Berhampur: ଗ୍ରୀଷ୍ମ ପ୍ରବାହରେ ରେଶମ ସହରରେ ଅସହ୍ୟ ହେଲାଣି ଜନଜୀବନ । 9 ହେଲେ ଘରୁ ବାହାରୁନାହାନ୍ତି ଲୋକେ । ଅଧିକ ପଢନ୍ତୁ

Heatwave in Berhampur
Heatwave in Berhampur (ETV Bharat Odisha)

ବ୍ରହ୍ମପୁର: ଚଳିତବର୍ଷ କ୍ରମାଗତ ଭାବରେ ବୃଦ୍ଧିପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରଭାବ । ଏଭଳି ପରିସ୍ଥିତିରେ ରେଶମ ସହର ବ୍ରହ୍ମପୁରରେ ଏକପ୍ରକାର ତାତିର ପ୍ରଭାବରେ ଅସହ୍ୟ ହେଲାଣି ଜନଜୀବନ । ସକାଳ ସମୟରୁ ହିଁ ଆରମ୍ଭ ହୋଇଯାଉଥିବା ଖରାର ପ୍ରଭାବ ଦିନତମାମ ଲାଗି ରହୁଥିବା ବେଳେ ସଂନ୍ଧ୍ୟା ଏବଂ ରାତ୍ର ସମୟର ଗୁଳୁଗୁଳିରେ ଏକପ୍ରକାର ଆଉଟୁ ପାଉଟୁ ହେଉଛନ୍ତି ଜନସାଧାରଣ । ଏଭଳି ସମୟରେ ସମସ୍ତଙ୍କ ମୁହିଁରେ ଓଃ କି ଗରମ ।

Heatwave in Berhampur (ETV Bharat Odisha)

ଦେଶ ତମାମ ସବୁଠି ଦେଖିବାକୁ ମିଳୁଛି ଅଗ୍ନି ବର୍ଷା । ଏପରିକି ପାଣିପାଗ ବିଶେଷଜ୍ଞମାନଙ୍କ ପକ୍ଷରୁ ଚଳିତ ଗୀଷ୍ମର ପ୍ରଭାବ ସର୍ବୋଚ୍ଚ ତାପମାତ୍ରା ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ ବୋଲି ଆଶା କରାଯାଉଛି । ଏପରିକି ଆଗାମୀ ଏକ ସ‌ପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରଭାବରୁ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇ ଦେଶର କେତେକ ପ୍ରମୁଖ ସହରରେ ଆଲର୍ଟ ଜାରି କରାଯାଇଛି । ଏଭଳି ସମୟରେ ରେଶମ ସହର ବ୍ରହ୍ମପୁରରେ ଦିନକୁ ଦିନ ଏକପ୍ରକାର ତାତିର ପ୍ରଭାବ ଏକପ୍ରକାର ଅସହ୍ୟ କରିଲା ଭଳି ମନେହେଉଛି । ଦିନତମାମ ଅସହ୍ୟ ଗରମ ଲାଗି ରହୁଥିବା ବେଳେ ସଂନ୍ଧ୍ୟା ଓ ରାତ୍ର ସମୟର ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ସହରବାସିନ୍ଦା । ଦକ୍ଷିଣ ଓଡିଶାର ଏହି ପ୍ରମୁଖ ସହରକୁ ପ୍ରତେକ ଦିନ ସ୍ୱାସ୍ଥସେବା ଠାରୁ ଆରମ୍ଭ କରି ବ୍ୟବସାୟିକ କାର୍ଯ୍ୟ କରିବା ପାଇଁ ବହୁ ବ୍ୟକ୍ତିବିଶେଷ ଏଠାକୁ ଆସୁଥିବା ବେଳେ ଏପରି ଗରମ ଓ ଗୁଳୁଗୁଳିରେ ଛାଇ ଟିକିଏ ପାଇବା ପାଇଁ ଗଛ ଛାଇରେ କିଛି ସମୟ ଅନିଚ୍ଛାକୃତ ଭାବରେ ଅଟକି ରହିବା ସହିତ ଏଭଳି ସମୟରେ ସମସ୍ତଙ୍କ ମୁହିଁରୁ ଶୁଣିବାକୁ ମିଳୁଛି ଓଃ କି ଗରମ ।

ଏହା ମଧ୍ୟ ପଢନ୍ତୁ: କିଏ ଦଖଲ କରିବ ବ୍ରହ୍ମପୁର, ମୋଦିଙ୍କ ଅବକି ବାର ୪୦୦ ପାର୍ ନା 5ଟି ନବୀନ ଗ୍ୟାରେଣ୍ଟି - BERHAMPUR LOK SABHA CONSTITUENCY

ବିଗତବର୍ଷ ମାନଙ୍କର ଖରାର ପ୍ରକୋପ ଠାରୁ ଚଳିତଥର ଗ୍ରୀଷ୍ଣର ପ୍ରଭାବ ବେଶ ରହିଥିବା କହିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ସେପଟେ ଦିନ ୧୧ ଟାରୁ ୩ ପର୍ଯ୍ୟନ୍ତ ସହରର ବହୁ ଅଞ୍ଚଳ ଏକପ୍ରକାର ଖାଁ ଖାଁ ଲାଗି ରହୁଥିବା ବେଳେ ସେଭଳି କୌଣସି କାର୍ଯ୍ୟରେ ବାହାରକୁ ଆସୁଥିବା ବ୍ୟକ୍ତିମାନେ ଛତା, ଟୋପି ପରିଧାନ କରୁଥିବା ଦେଖାଯାଇଛି । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଅନେକ ଆଖୁରସ ଠାରୁ ଆରମ୍ଭ କରି ବିଭିନ୍ନ ଫଳରସ ବିକ୍ରି ହେଉଥିବା ବ୍ୟବସାୟୀଙ୍କ ଦୋକାନ ସମୁଖରେ ଭିଡ ଜମାଉଥିବା ବେଳେ ମଧ୍ୟାହ୍ନ ସମୟରେ କେହି ଆସୁନଥିବ କହିଛନ୍ତି ବ୍ୟବସାୟୀ ।

ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେବା କାରଣରୁ ପୃଥିବୀ ଏକପ୍ରକାର ଉତ୍ତପ୍ତ ହେବାରେ ଲାଗିଛି । ଯେଉଁଥିପାଇଁ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣର ପ୍ରଭାବରେ ବରଫ ତରଳି ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ସହିତ ଅଦିନରେ ବର୍ଷା ହେବା ଯୋଗୁଁ ପାଣିପାଗର ଚକ୍ର ବଦଳିଯାଇଛି । ଗୋଟିଏ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଅସହ୍ୟ ଗ୍ରୀଷ୍ମର ପ୍ରଭାବରେ ସାରା ଦେଶ କାହିଁକି ସବୁଠି ଚିନ୍ତାର କାରାଣ ପାଲଟିଛି । ଏଭଳି ଦିଆଯିବା ସହିତ ସୂତା ପୋଷାକ ପରିଧାନ କରି ଶରୀରକୁ ଘୋଡ଼ାଇ ରଖିବା ସହିତ ପାଣି ପିଇବାକୁ ପରମର୍ଶ ଦିଆାଯଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.