ETV Bharat / bharat

ସ୍ବାତୀ ମାଲିୱାଲ ଘଟଣା; ବଢିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି - Judicial custody of Bibhav Kumar

author img

By ETV Bharat Odisha Team

Published : May 24, 2024, 6:18 PM IST

Swati Maliwal Assault Case: ସ୍ବାତୀ ମାଲିୱାଲ ଘଟଣାରେ ବଢିଲା ଅଭିଯୁକ୍ତ ବିଭବ କୁମାରଙ୍କ ଅଡୁଆ । ଆଉ 4 ଦିନ ନ୍ୟାୟିକ ହେପାଜତରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

SWATI MALIWAL CASE
SWATI MALIWAL CASE (ETV Bharat)

ନୂଆଦିଲ୍ଲୀ: ଜାତୀୟ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣା । ବଢିଲା ଅଭିଯୁକ୍ତ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଅଡୁଆ । ଦିଲ୍ଲୀ ତିସ ହଜାରି କୋର୍ଟ ବିଭବଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ମେ 28 ତାରିଖ ପର୍ଯ୍ୟନ୍ତ ସେ ପୋଲିସ ହେପାଜତରେ ରହିବେ । ଆଜି (ଶୁକ୍ରବାର) ତାଙ୍କ ହେପାଜତ ଶେଷ ହୋଇଥିବା ବେଳେ ଏହାକୁ ପୁଣି 4ଦିନ ବୃଦ୍ଧି କରାଯାଇଛି ।

ତିସ ହଜାରି କୋର୍ଟ ମେ 18 ତାରିଖ ପର୍ଯ୍ୟନ୍ତ ବିଭବ କୁମାରଙ୍କୁ ପୋଲିସ ହେପାଜତରେ ପଠାଇଥିଲା । ଏହାସହିତ ତାଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲା । ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଆଇନଜୀବୀ ଅତୁଲ ଶ୍ରୀବାସ୍ତବ କହିଥିଲେ ଯେ ଏଫଆଇଆରରେ ସ୍ବାତୀ ପୋଲିସକୁ ଡାକିବାରେ ବିଳମ୍ବ କରିଥିଲେ । କାରଣ ସେ କିଛି ସମୟ ପାଇଁ ଟ୍ରମାକୁ ଚାଲିଯାଇଥିଲେ । ସେପଟେ ବିଭବଙ୍କ ପକ୍ଷଭୁକ୍ତ ଓକିଲ କହିଥିଲେ ଯେ ସାମ୍ନାକୁ ଆସିଥିବା ଭିଡିଓରେ ସ୍ବାତୀ କୌଣସି ପ୍ରକାରେ ମାରପିଟର ଶିକାର ହୋଇଥିବା ଜଣାପଡୁନଥିଲା ।

ଏହା ବି ପଢନ୍ତୁ- ସ୍ବାତୀ ମାଲିଓ୍ବାଲ ମାମଲା: ବିଭବ କୁମାରଙ୍କୁ ମୁମ୍ବାଇ ନେଲା ପୋଲିସ

ଯଦି ସ୍ବାତୀଙ୍କୁ ଥାନାରେ ଅଭିଯୋଗ କରିବାକୁ 2ରୁ 3 ଦିନ ସମୟ ଲାଗୁଛି, ଏହାର ଅର୍ଥ ସେ ଏହି ସମୟ ମଧ୍ୟର ଷଡ଼ଯନ୍ତ୍ର କରୁଥିଲେ । ଏହି ମାମଲାରେ ସ୍ବାତୀ ମାଲିୱାଲ ମେ 17 ତାରିଖରେ କୋର୍ଟରେ ନିଜର ବୟାନ ରେକର୍ଡ କରାଇଥିବା ବେଳେ ଦିଲ୍ଲୀ ପୋଲିସ ନିକଟରେ ମେ 16 ତାରିଖରେ ଅଭିଯୋଗ କରିଥିଲେ । ଘଟଣା ମେ 13 ତାରିଖରେ ଘଟିଥିଲା ।

କଣ ଥିଲା ଘଟଣା ?

ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ମେ 13 ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ଲାଗି ତାଙ୍କ ବାସଭବନକୁ ଯାଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହାସହ ତାଙ୍କୁ ଏକାଧିକ ଥର ଚାପୁଡା ମାରିବା ସହ ପେଟ ଓ ଛାତିକୁ ଗୋଇଠା ମାରିଥିବା ସେ ଅଭିଯୋଗ କରିଥିଲେ । କିନ୍ତୁ ଅପର ପକ୍ଷେ ଏହାକୁ ଦଳୀୟ ନେତା ମିଥ୍ୟା ବୋଲି କହିଥିଲେ । ସ୍ବାତୀ ମାଲିୱାଲ ବିଜେପି ଇସାରାରେ କାମ କରୁଥିବା ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.