Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Jun 23, 2023, 7:02 AM IST

thumbnail

ପୁରୀ: ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଭାଇ ଭଉଣୀଙ୍କୁ ଧରି ଘୋଷଯାତ୍ରାରେ ବାହାରିଥିଲେ କାଳିଆ ଠାକୁର । ଏବେ ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ । ଗୁରୁବାର ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଯାଇ ଆଡପ ମଣ୍ଡପ ବିଜେ କରିଥିଲେ ଦାରୁଦିଅଁ । ଆଜି ବାହାରିବ ଆଡପ ଅବଢା। ଏବେ ଜଗା ବିନା ଖାଁ ଖାଁ ଲାଗୁଛି ଶ୍ରୀମନ୍ଦିର । ବଡି ଭୋରୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଏହି ଆଳତୀ ଦେଖିବାକୁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଥିଲା ବଡଦାଣ୍ଡକୁ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ଆଳତୀ କରିଥିଲେ ସେବାୟତ । ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.