Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Mar 28, 2023, 6:43 AM IST

thumbnail

ପୁରୀ: ଜଗତର ନାଥ ଜଗନ୍ନାଥ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । କିଏ ତାକୁ କାଳିଆ ସାଆନ୍ତ ଡାକେ ତ ପୁଣି କିଏ ଶ୍ରଦ୍ଧାରେ ବଡ ଠାକୁର ବୋଲି କୁହେ । ପ୍ରତିଦିନ ଭୋରରୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ସକାଳୁ ସକାଳୁ ପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ କରାଯିବା ପରେ ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଥାଏ ।  ସବୁଦିନ ପରି ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାସହ ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । କୋଟି ଓଡିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ଅନାଥର ନାଥ ନିରାଶର ଆଶା ଜଗନ୍ନାଥ । ସକାଳୁ ସକାଳୁ ପ୍ରଭୁ ପତିତପାବନଙ୍କ ଆଳତୀ ପାଇବା ସହ ସବୁ ଭୁଲକୁ କ୍ଷମା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିଥାଏ । ପ୍ରତ୍ୟେକ ଦିନ ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ କାଳିଆକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଭକ୍ତମାନେ ଜୟ ଜଗନ୍ନାଥ ସ୍ବାମୀ କହି ବାଇସି ପାହାଚ ଚଢି କାଳିଆକୁ ଦର୍ଶନ କରିଥାନ୍ତି ।
 

ଇଟିଭି ଭାରତ,ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.