Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Feb 28, 2023, 6:55 AM IST

thumbnail

ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ । ଅନାଥଙ୍କ ନାଥ ଜଗନ୍ନାଥ । କୋଟି ଓଡିଆଙ୍କ କାଳିଆ ଠାକୁର ।  କିଏ ତାକୁ ଚକା ଆଖିଆ ତ ଆଉ କିଏ କଳାସାଆନ୍ତ ପୁଣି କିଏ ଭାବ ବିନୋଦିଆ ବୋଲି କୁହେ । ପ୍ରତିଦିନ  ଭୋରୁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ସମସ୍ତ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା  ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାପରେ ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପ୍ରାପ୍ତି ହୋଇଥାଏ ।  

ଭାଗ୍ୟରେ ଥିଲେ ପତିତପାବନଙ୍କ ଆଳତୀ ଦେଖିବାକୁ ମିଳେ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ  ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥାଏ । କୋଟି ଓଡିଆଙ୍କ ବିଶ୍ବାସ ଭାଜନର ଦେବତା ଜଗତର ନାଥ ଶ୍ରୀଜଗନ୍ନାଥ । ସକଳ ତୀର୍ଥ ତୋ ଚରଣେ । ପ୍ରତ୍ୟେକ ଭକ୍ତ ପାପରୁ ମୁକ୍ତି ପାଇବା ପାଇଁ ପତିତପାବନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ପତିତପାବନଙ୍କ ଆଳତୀ ଦେଖିବାକୁ ପ୍ରତ୍ୟେକ ଦିନ ସକାଳ ସମୟରେ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତମାନେ ଭିଡ ଜମାଇଥାନ୍ତି । ପ୍ରତିଦିନ ମହାପ୍ରଭୁଙ୍କ ଦ୍ବାର ଖୋଲାଯାଇ ଆଳତୀ ହୋଇଥାଏ । ମନ୍ତ୍ର ଉଚ୍ଚାରଣ କରାଯାଇ ଆଳତୀ କରାଯାଇଥାଏ । ଏଥିସହ ହରିହରି ବୋଲ, ଓଁ ଭଗବତେ ବସୁଦେବାୟ ନମଃ ସହ ମହାପ୍ରଭୁଙ୍କ ସ୍ତୁତି ପାଠ କରାଯାଇଥାଏ । ଶଙ୍ଖନାଦ ଘଣ୍ଟଘଣ୍ଟାରେ ପତିତପାବନଙ୍କ ମଙ୍ଗଳ ଆଳତୀ ଅତ୍ୟନ୍ତ ମନ ମୁଗ୍ଧକର ।  

କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ପ୍ରତିଟି ଭକ୍ତ ଆତୁର ହୋଇପଡେ । ଦୂରଦୂରାନ୍ତର ସାତ ଦରିଆ ତେର ନଇ ଡେଇଁ ପୁରୀ ଆସିଥାନ୍ତି ଭକ୍ତ । ଘୋଷ ଯାତ୍ରା ପାଇଁ ଜୁଲାଇ ମାସରେ ଚଳଚଞ୍ଚଳ ହୋଇ ଉଠେ ପୁରୀ । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାବାହୁ । ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ । ଏହି ଯାତ୍ରା ସମୟରେ ଦିନରୁ ରାତି ଯାଏଁ ଭକ୍ତଙ୍କ ଗହଳିରେ ଫାଟି ପଡୁଥାଏ  ବଡଦାଣ୍ଡ । ମହାପ୍ରଭୁଙ୍କ ଷୋହଳ ନାମ ଧରି ରଥ ଦଉଡି ଟାଣିଥାନ୍ତି ଭକ୍ତ । କିଏ ସଂସାରରୁ ମୁକ୍ତି ଦିଏ କହେ ତ ପୁଣି କିଏ ପାପରୁ ଉଦ୍ଧାର କରିବା ସହ ପରିବାରରର ମଙ୍ଗଳ ପାଇଁ ପ୍ରାର୍ଥନା କରେ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.