Dussehra 2023: ସମ୍ବଲପୁର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା

By ETV Bharat Odisha Team

Published : Oct 22, 2023, 4:33 PM IST

thumbnail

ସମ୍ବଲପୁର: ଆଜି ସମ୍ବଲପୁରର ବିଭିନ୍ନ ମଣ୍ଡପଗୁଡିକରେ ମହା ଅଷ୍ଟମୀ ପୂଜା ଜାରି ରହିଛି । ଏଥିପାଇଁ ସବୁ ମଣ୍ଡପ ଗୁଡିକରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଏହି ଅଷ୍ଟମୀ ପୂଜା ଗତ ରାତିରୁ ଆରମ୍ଭ ହୋଇଥିବା ବେଳେ ଆଜି ରାତି ୭ଟା ପରେ ନବମୀ ପୂଜା ଆରମ୍ଭ ହେବ । ସମ୍ବଲପୁର ସହରର ଧନୁପାଲି, ଗୋବିନ୍ଦତୋଳା, ଜେଲ ଛକ, ଜିଲ୍ଲା ସ୍କୁଲ ଛକ, ସାକ୍ଷୀ ପଡା, ଲକ୍ଷ୍ମୀ ଟକିଜ ଛକ, ଧୂଚୁରାପଡା, ବୁଢାରାଜା ଫାଟକ, ଢୁକୁ ପଡା, ଅଇଁଠାପାଲି ଆଦି ଦୁର୍ଗା ପୂଜା ମଣ୍ଡପଗୁଡିକରେ ସୁଦୃଶ୍ୟ ମେଢ଼ ତୋରଣ ଶୋଭା ପାଉଥିବା ବେଳେ ମା'ଙ୍କ ଅଷ୍ଟମୀ ପୂଜା ଜାରି ରହିଛି ।  

ଏହା ବି ପଢନ୍ତୁ- ଆଜି ମହାଅଷ୍ଟମୀ, ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛି ମା ସୁରେଶ୍ବରୀ

ସକାଳୁ ସକାଳୁ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ମଣ୍ଡପ ଗୁଡିକରେ ଦେଖିବାକୁ ମିଳିଛି । ମନ୍ତ୍ର ଉଚ୍ଚାରଣ ସହ ଘଣ୍ଟଶଙ୍ଖ ଧ୍ବନିରେ ଚତୁର୍ଦିଗ ପ୍ରକମ୍ପିତ ହେଉଥିବା ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସମ୍ବଲପୁର ସହରର ଧନୁପାଲି ଓ ଗୋବିନ୍ଦତୋଳାର ଆକର୍ଷଣୀୟ ମେଢ଼ ଓ ତୋରଣ ହୋଇଥିବା ବେଳେ ଫାଟକ ପୂଜା କମିଟିରେ ଏଥର ଚନ୍ଦ୍ରଯାନର ଝଲକ ଦେଖିବାକୁ ମିଳିଛି । ବୁଢାରାଜା ଫାଟକଠାରେ ମା'ଙ୍କ ମଣ୍ଡପଟି ପ୍ଲାନେଟୋରିୟମ ପରି ସଜ୍ଜିତ କରାଯାଇଛି । ଏଠାରେ ମା'ଙ୍କ ପୂଜା କରିବାକୁ ପଶ୍ଚିମବଙ୍ଗରୁ ବ୍ରାହ୍ମଣ ଆସୁଥିବା ବେଳେ ଡାକି ବାଜାର ବ୍ୟବସ୍ଥା ମଧ୍ୟ ହୋଇଛି । ଆଜି ସନ୍ଧ୍ୟା ୭ଟା ପରେ ସନ୍ଧି ପୂଜା ହେବାକୁ ଥିବା ବେଳେ କେତେକ ମଣ୍ଡପରେ କଖାରୁ ବଳୀ ଦିଆଯିବ । ଏହା ପରେ ନବମୀ ପୂଜା ଆରମ୍ଭ ହେବ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.