Miniature Art of Hockey World Cup Trophy: ସୂକ୍ଷ୍ମକଳାରେ ହକି ବିଶ୍ୱକପ ଟ୍ରଫି

By

Published : Jan 10, 2023, 9:49 PM IST

Updated : Feb 3, 2023, 8:38 PM IST

thumbnail

ଖୋର୍ଦ୍ଧା: ହକି ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ସାଇକେଲ ରାଲି ଠାରୁ ଆରମ୍ଭ କରି ଗଣଦୌଡ଼ ପର୍ଯ୍ୟନ୍ତ ଆୟୋଜନ କରୁଛନ୍ତି । ଓଡିଶାରେ ହକି ବିଶ୍ବକପ ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ପଲଟିଥିବାବେଳେ ଆଉ ଜଣେ ଓଡ଼ିଆ ସୂକ୍ଷ୍ମଶିଳ୍ପୀ ତାଙ୍କ ସୂକ୍ଷ୍ମ କଳାକୃତି ମାଧ୍ୟମରେ ହକିର ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି । ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ମିନିଏଚର ଆର୍ଟିଷ୍ଟ ଏଲ ଈଶ୍ବର ରାଓ କାଚ ବୋତଲ ଓ ପେନସିଲ ମୁନରେ ହକି ବିଶ୍ବକପ ଟ୍ରଫି କରି ଚର୍ଚ୍ଚାକୁ ଆସିଛନ୍ତି ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.