ଓଡ଼ିଶାରେ କୁଆଡ଼େ ଗଲା କବଚ, ବିଜେପିର କପଟ ଯୋଗୁଁ ଟ୍ରେନ ଦୁର୍ଘଟଣା ଘଟିଲା: ଅଖିଳେଶ

By

Published : Jun 6, 2023, 7:09 PM IST

thumbnail

ହାଇଦ୍ରାବାଦ: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ପରେ କବଚ ବ୍ୟବସ୍ଥା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି ସରକାରକୁ ବିରୋଧୀମାନେ ଶାଣିତ ଆକ୍ରମଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କବଚ ବ୍ୟବସ୍ଥା କୁଆଡେ ଗଲା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ । ସେ କହିଛନ୍ତି, " ବିଜେପି ମନ୍ତ୍ରୀ କହିଥିଲେ, ଟ୍ରେନରେ ଇଲେକ୍ଟ୍ରୋନିକ କବଚ ଲଗାଯାଇଛି । ଏହି ଟେକ୍ନୋଲୋଜି ସହାୟତାରେ ବିନା ଦୁର୍ଘଟଣାରେ ସମସ୍ତ ଟ୍ରେନ ଗନ୍ତବ୍ୟ ସ୍ଥଳକୁ ପହଞ୍ଚି ପାରିବ । ଯଦି କୌଣସି ଟ୍ରେନ ଅନ୍ୟ ଏକ ଟ୍ରେନର ସାମ୍ନାପଟୁ କିମ୍ବା ପଛପଟୁ ଆସେ ତେବେ ଟ୍ରେନଟି ସେଠାରେ ଅଟକି ଯିବ । ତାହାଲେ ଓଡ଼ିଶାରେ କବଚ କୁଆଡ଼େ ଗଲା । ଏହା କବଚ ନଥିଲା, ଭାରତୀୟ ଜନତା ପାର୍ଟିର ଭ୍ରଷ୍ଟାଚାରର କପଟ ଥିଲା । ଏହି ଭ୍ରଷ୍ଟାଚାର ପାଇଁ ଟ୍ରେନ ଧକ୍କା ହୋଇ ଦୁର୍ଘଟଣା ଘଟିଲା ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.