ବୋଇତ ବନ୍ଦାଣ ଉତ୍ସବ, ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇଲେ କଟକବାସୀ

By ETV Bharat Odisha Team

Published : Nov 27, 2023, 5:57 PM IST

thumbnail

କଟକ: ଆଜି ପାଳିତ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଡଙ୍ଗା ଭସା । ସକାଳୁ ଉଠି କଟକରେ ସମସ୍ତେ ଡ଼ଙ୍ଗା ଭସାଇଛନ୍ତି । ସେପଟେ ଆଜି ଠାରୁ ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ବାଲିଯାତ୍ରା । ଆଜିର ଦିନରେ ସାଧବ ପୁଅମାନେ ବିଦେଶରୁ ବାଣିଜ୍ୟ କରି ନିଜ ମାଟିରେ ପହଞ୍ଚିଥାନ୍ତି । ଏହି ନୌବାଣିଜ୍ୟର ପରମ୍ପରାକୁ ମନେ ପକେଇବା ପାଇଁ ଦୀର୍ଘ ବର୍ଷ ଧରି ମହାନଦୀ କୂଳରେ ତୈଳକ ସମାଜ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯାଉଛି । ସାଧବ ପୁଅମାନେ ଇଣ୍ଡୋନେସିଆର ଜାଭା ସୁମିତ୍ରାକୁ ଯାଇ ଫେରିଛନ୍ତି ତାଙ୍କର ପରିବାର ଲୋକେ ତାଙ୍କୁ ବନ୍ଦାପନା କରି ନେଉଛନ୍ତି । ଯାହା ଏବେ ପ୍ରତୀକାତ୍ମକ ଭାବେ କଟକରେ ପାଳନ କରାଯାଇଛି । କଟକର ବିଧାୟକ ମେୟର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ବିକାଶ ଆଉ କିପରି କରାଯିବ ସେନେଇ ଯୋଜନା ଜାରି ରହିଥିବା କହିଛନ୍ତି ।  

ଏହା ମଧ୍ୟ ପଢନ୍ତୁ.....ରାତିପାହିଲେ ବାଲିଯାତ୍ରା, ଆକର୍ଷଣ ସାଜିବ କଟକ ଇନ୍‌ କଟକ

ଅନ୍ୟପଟେ ଆଜିଠୁ ଆରମ୍ଭ ହୋଇଛି ବାଲିଯାତ୍ରା । ସକାଳ ସମୟରୁ ଆରମ୍ଭ ହେଲାଣି ହାଲକା ଭିଡ଼ । ସନ୍ଧ୍ୟା ସମୟରେ ଏହା ଔପଚାରିକ ଭାବରେ ଆରମ୍ଭ ହେବ । ତେବେ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ କଟକର ଶହଶହ ଲୋକ ଉପସ୍ଥିତ ରହି ଐତିହାସିକ ସେହି ନୌବାଣିଜ୍ୟ ଗାଥା ଶୁଣିଥିଲେ । ଅନ୍ୟପଟେ ସିଏମସି ଚଳିତ ବର୍ଷ ବାଲିଯାତ୍ରାକୁ ସରଶ ସୁନ୍ଦର କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ମେୟର ସୁବାସ ସିଂ । ଏହାସହ ବିଗତ ଦିନରେ ଯେଉଁ ବାଲିଯାତ୍ରା ଦୁର୍ନୀତି ହୋଇଛି, ତାହା ଯେପରି ଚଳିତବର୍ଷ ବାଲିଯାତ୍ରା ନହେବ ତାହା ଉପରେ ନଜର ରହିବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ  ।
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.