ETV Bharat / state

ରାତିପାହିଲେ ବାଲିଯାତ୍ରା, ଆକର୍ଷଣ ସାଜିବ କଟକ ଇନ୍‌ କଟକ

author img

By ETV Bharat Odisha Team

Published : Nov 26, 2023, 7:13 PM IST

Updated : Dec 3, 2023, 9:46 AM IST

ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଏସୀୟା ମହାଦେଶର ସର୍ବବୃହତ ମୁକ୍ତ ଆକାଶ ବାଣିଜ୍ୟ ମେଳା କଟକର ଐତିହାସିକ ଵାଲିଯାତ୍ରା । ତେବେ କଟକ ଇନ୍ କଟକ ଭିତରେ ଦେଖିବାକୁ ମିଳିବ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାର ଦିଗ୍ ଦର୍ଶନ । ଅଧିକ ପଢ଼ନ୍ତୁ

ଆକର୍ଷଣ ସାଜିବ କଟକ ଇନ୍‌ କଟକ
ଆକର୍ଷଣ ସାଜିବ କଟକ ଇନ୍‌ କଟକ

କଟକ: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଆରମ୍ଭ ହେବାକୁ ଯାଉଛି ଏସୀୟା ମହାଦେଶର ସର୍ବବୃହତ ମୁକ୍ତ ଆକାଶ ବାଣିଜ୍ୟ ମେଳା କଟକର ଐତିହାସିକ ଵାଲିଯାତ୍ରା । ଏନେଇ ଵାଲିଯାତ୍ରା ପଡ଼ିଆରେ କାରିଗର, ଶିଳ୍ପୀ ସମସ୍ତେ ତରତର । ତେବେ କଟକ ଇନ୍ କଟକ ଭିତରେ ଦେଖିବାକୁ ମିଳିବ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାର ଦିଗ୍ ଦର୍ଶନ । ଗାଁ ମାଟିର ସୁଗନ୍ଧ ସହିତ ଚାଳ ଘର, ଗାଈ ଗୁହାଳ, ପୋଖରୀ, ସ୍କୁଲ, ଭାଗବତ ଟୁଙ୍ଗୀ ଭଳି ପ୍ରାକୃତିକ ଦୃଶ୍ୟର ଝଲକ ।

ସେହିଭଳି ଗାଁ ପରିବେଶର କଳା କୃତିକୁ ନିଖୁଣ ଭାବରେ ପ୍ରଦର୍ଶନ କରିଛନ୍ତି ସୁଦୂର କଲିକତାରୁ ଆସିଥିବା କାରିଗରମାନେ । ଆଜି ବାଲିଯାତ୍ରା ପଡ଼ିଆ ବୁଲି ଦେଖିଛନ୍ତି ବହୁ ଦେଖଣାହାରି । ଅନ୍ୟପଟେ କଟକ ଉପଜିଲ୍ଲାପାଳ ଏବଂ କଟକ ମହା ନଗର ନିଗମ କମିଶନର ବାଲିଯାତ୍ରାର ଚୂଡ଼ାନ୍ତ ପ୍ରସ୍ତୁତି ଉପରେ ଅନୁଧ୍ୟାନ କରିବା ସହ ସମଗ୍ର ବାଲିଯାତ୍ରା ପଡ଼ିଆ ବୁଲି କାର୍ଯ୍ୟର ତଦାରଖ କରିଛନ୍ତି । ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବାବେଳେ ଏହି ମୁକ୍ତ ଆକାଶ ବାଣିଜ୍ୟ ମେଳା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି । ଏଥିରେ ବଲିଉଡ ଓ ଓଲିଉଡ଼ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସାଧାରଣ ଦର୍ଶକଙ୍କ ମନ ମୋହିବେ । ତେବେ ଏଥର ବାଲିଯାତ୍ରାରେ ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଓ ସଚିନ ଜିଗର ଭଳି କଳାକାରମାନେ ନିଜର କଳା ପ୍ରଦର୍ଶନ କରିବେ । ସେହିଭଳି ପ୍ରତ୍ୟେକ ଦିନ ୫ ଲକ୍ଷରୁ ଊର୍ଦ୍ଧ୍ବ ଜନ ସମାଗମ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଏହା ମଧ୍ୟ ପଢ଼ନ୍ତୁ......ବାଲିଯାତ୍ରାରେ ଆଉ ହଜିବେନି ପିଲା, ଏମିତି କରିବାକୁ ପରାମର୍ଶ ଦେଲେ କଟକ ଡିସିପି

ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ବାଲିଯାତ୍ରା ସାଜ୍ଜସଜା ଉନ୍ନତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଡ଼ କରାଯିବା ସହ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ଚଳିତ ବର୍ଷ ଠାରୁ ଏସଏଚଜି ମହିଳାମାନଙ୍କ ପାଇଁ ଏକ ଷ୍ଟଲ ରଖାଯାଇଛି । ଲେଜର ସୋ ମଧ୍ୟ କରାଯାଇଥିବା କଥା କହିଛନ୍ତି କଟକ ଉପଜିଲ୍ଲାପାଳ କମଲଜିତ୍ ଦାସ । ସେହିପରି ଆସନ୍ତାକାଲି ଠାରୁ ବାଲିଯାତ୍ରା ଆରମ୍ଭ ହୋଉଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ବାଲିଯାତ୍ରାର ଉଦଘାଟନୀ ଉତ୍ସବ ଆସନ୍ତାକାଲି ସନ୍ଧ୍ୟା 5.30 ସମୟରେ ଆରମ୍ଭ ହେବ । ଏଥିରେ ଜିଲ୍ଲାର ବିଧାୟକ, ଅର୍ଥମନ୍ତ୍ରୀ ଓ ସାଂସଦ ପ୍ରମୁଖ ଉପସ୍ଥିତ ରହିବେ ବୋଲି କହିଛନ୍ତି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ।

ଇଟିଭି ଭାରତ, କଟକ

Last Updated :Dec 3, 2023, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.