ETV Bharat / politics

ନିଶ୍ଚିତ ପରାଜୟ ଜାଣି ମିଥ୍ୟା ଅଭିଯୋଗ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି - BJD allege Against BJP

author img

By ETV Bharat Odisha Team

Published : May 23, 2024, 8:07 PM IST

BJD Allegations: ବିଜେପି ଓ ସାଂସଦ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ବିଜେଡିର ପ୍ରେସମିଟ । ନିର୍ବାଚନ ହାରିବା କଥା ଜାଣି ବିଜେପି ଅର୍ଥ ବଣ୍ଟନ, ସରକାରୀ କଳର ଅପବ୍ୟବହାର ଭଳି ବିଭିନ୍ନ ଅଭିଯୋଗ କରୁଛି ବୋଲି ବିଜେଡି କହିଛି । ଅଧିକ ପଢନ୍ତୁ

BJD Allegations
BJD Allegations (ETV Bharat Odisha)

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ୧ ଦିନ ବାକି ରହିଥିବା ବେଳେ ଥମୁନି ରାଜନୈତିକ ଆକ୍ଷେପ । ବିଜେଡି ଏକ ପ୍ରେସମିଟ କରି ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ସମାଲୋଚନା କରିଛି । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର କହିଛନ୍ତି, "ବିଜେପି ଓ ସାଂସଦ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ପରାଜିତ ହେବେ ବୋଲି ସୁନିଶ୍ଚିତ ହେଲାଣି । ଏଥିପାଇଁ ଅଭ୍ୟାସଗତ ଭାବେ ନିର୍ବାଚନ ହାରିବା ଆଶଙ୍କା ସୃଷ୍ଟି ହେଲେ ବିରୋଧୀ ଖାସ କରି ଶାସକ ଦଳ ନାଁରେ ବିଜେପି ମିଛ ଅଭିଯୋଗ ଆଣିଥାଏ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଜନତାଙ୍କ ଆକ୍ରୋଶ ରହିଛି । କୌଣସି ବିକାଶ ମୂଳକ କାମ ସମ୍ବଲପୁରରେ ହୋଇନାହିଁ ।"

BJD Allegations (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ... ସମ୍ବଲପୁର ମହାସମର: ବିଜେଡି-ବିଜେପି ମଧ୍ୟରେ ହାଇଭୋଲଟେଜ୍ ଫାଇଟ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ - Sambalpur Lok Sabha Constituency

ଭୃଗୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, "ସମ୍ବଲପୁର ଏବଂ କଟକ ମଧ୍ୟରେ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ମରାମତି କାମ ଆଗେଇ ନାହିଁ, ଯାହା କେନ୍ଦ୍ର ସରକାରଙ୍କ ତତ୍ତ୍ବାବଧାନରେ ହେବା କଥା । ଜାତୀୟ ରାଜପଥ କାମ ଶେଷ ହୋଇପାରି ନଥିବାରୁ ଦୁର୍ଘଟଣା ହେଉଛି । ଶହ ଶହ ମୂଲ୍ୟବାନ ଜୀବନ ଯିବା ସହ ଲୋକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷାମନ୍ତ୍ରୀ ହୋଇଥିଲେ ସୁଦ୍ଧା ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲା ନାହିଁ । ଦକ୍ଷତା ବିକାଶ ମନ୍ତ୍ରୀ ଦାୟିତ୍ବରେ ଥାଇ ମଧ୍ୟ ସମ୍ବଲପୁର କିମ୍ବା ଏହା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ହୋଇପାରିଲା ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପକୁ ନେଇ ବିଜେପି ଓ କେନ୍ଦ୍ରମନ୍ତ୍ରୀ ବିରୋଧ, ଅବରୋଧ କରିଛନ୍ତି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରର ନବୀକରଣ କାମ କରିଥିବା ବେଳେ ସମଲେଇ ପ୍ରକଳ୍ପ ଦେଖିଲା ଭଳି ଜିନିଷ ହୋଇଛି ।"

"ମହାନଦୀ କୋଲ ଫିଲ୍ଡ ଲିମିଟେଡ ଜରିଆରେ କୋଇଲା ସମ୍ପଦର ସମ୍ପୂର୍ଣ୍ଣ ବ୍ୟବହାର କେନ୍ଦ୍ର କରୁଛି । ଏମସିଏଲରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ଅଭାବ ରହିଛି । ମଧ୍ୟପ୍ରଦେଶ ଓ ବିହାରର ଲୋକଙ୍କୁ ଚାକିରି ମିଳିଛି । କାରଣ ଧର୍ମେନ୍ଦ୍ର ଉଭୟ ରାଜ୍ୟରୁ ରାଜ୍ୟସଭା ଯାଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଚାକିରି ମିଳୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମସିଏଲ ସିଏସଆର ପାଣ୍ଠି ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟବହୃତ ହେଉନାହିଁ । ଏହା କେଉଁଠି ବ୍ୟବହାର କରାଯାଉଛି ତାହା କେହି ଜାଣନ୍ତି ନାହିଁ । ଯଦି ୧୦ ବର୍ଷ ଆଗରୁ ବିକାଶ ମୂଳକ କାମ କରିଥିଲେ, କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ଲୋକଙ୍କ ବିରୋଧର ସାମନା କରିବାକୁ ପଡି ନଥାନ୍ତା ।" ନିର୍ବାଚନ ହାରିବା ଜାଣି ଅର୍ଥ ବଣ୍ଟନ, ସରକାରୀ କଳର ଅପବ୍ୟବହାର ଭଳି ବିଭିନ୍ନ ଅଭିଯୋଗ କରିଥାଏ ବିଜେପି ବୋଲି ବିଜେଡି ନେତା ଭୃଗୁ ବକ୍ସି ପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.