ବୋଇତ ବନ୍ଦାଣ ଉତ୍ସବ ପାଳିଲେ ଢେଙ୍କାନାଳବାସୀ

By ETV Bharat Odisha Team

Published : Nov 27, 2023, 5:30 PM IST

thumbnail

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯଇଛି । ପ୍ରାତଃରୁ ଲୋକମାନେ ନଦୀ ପୋଖରୀରେ ବୁଡ଼ପଡି ସ୍ନାନ ସାରି ଡ଼ଙ୍ଗା ଭସାଇଛନ୍ତି । "ଆ କା ମା ବୋଇ ପାନ ଗୁଆ ଥୋଇ ପାନଗୁଆ ତୋର ମାସକ ଧର୍ମ ମୋର" କହି ଡ଼ଙ୍ଗା ଭସାଇଛନ୍ତି । ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ପୋଖରୀ, ନୂଆ ପୋଖରୀରେ ଡ଼ଙ୍ଗା ଭସାଇ ବାକୁ ଲୋକଙ୍କ ଭିଡ ଲାଗିଥିଲା । ଡ଼ଙ୍ଗା ଭସାଇ ଲୋକମାନେ ନିକଟସ୍ଥ ମନ୍ଦିରରେ ଦର୍ଶନ କରିଛନ୍ତି  ।
 

ସେହିପରି ଭୁବନରେ ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ପୀଠରେ ଆଜି ବାଲିଯାତ୍ରା ଓ ଡଙ୍ଗା ଭସା ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର କୋଣ ଅଣୁକୋଣରୁ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଭୋର ସମୟରେ ପ୍ରଭୁଙ୍କ ପୂଜା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବା ବୁଦ୍ଧେଶ୍ୱର ପୀଠ ନିକଟ ବ୍ରାହ୍ମଣୀ ନଦୀରେ " ଆ କା ମା ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର " କହି ଡଙ୍ଗା ଭସାଇ ଥିଲେ । ଏହି ଅବସରରେ ଭୁବନ ତୈଳିକ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । ବୋଇତ ବନ୍ଦାଣ ଉତ୍ସବରେ ତୈଳିକ ସମାଜର ସମସ୍ତ ବରିଷ୍ଠ କର୍ମକର୍ତ୍ତା ସହଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ.....ପାରାଦ୍ବୀପ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି: 'ବାଣିଜ୍ୟ ଓ ଆନ୍ତର୍ଜାତିକ ସମ୍ପର୍କର ସାଧନ ପାଲଟିଛି ସମୁଦ୍ର'

 

ଇଟିଭି ଭାରତ, ଢେଙ୍କାନାଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.