ETV Bharat / state

ପାରାଦ୍ବୀପ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି: 'ବାଣିଜ୍ୟ ଓ ଆନ୍ତର୍ଜାତିକ ସମ୍ପର୍କର ସାଧନ ପାଲଟିଛି ସମୁଦ୍ର'

author img

By ETV Bharat Odisha Team

Published : Nov 27, 2023, 2:05 PM IST

ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

President at Boita Bandana ceremony
Droupadi Murmu at Boita Bandana ceremony

ଜଗତସିଂହପୁର/ପାରାଦ୍ବୀପ: ଯାଇଛି ସେ କାଳ ଆସିଛିରେ ଏବେ ନୂଆ ବେଳା । ପାରାଦ୍ବୀରେ ଆସି ଲାଗଇ ଜାହାଜ ଭେଳା ଭେଳା ପକ୍ତିଂ ଆବୃତ କରି ପାରାଦ୍ବୀପ ବନ୍ଦରର ଗାଥା ବିଷୟରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦ୍ବୀପ ବନ୍ଦର କେବଳ ଓଡିଶାରେ ନୁହେଁ ସାରା ବିଶ୍ବ ପ୍ରସିଦ୍ଧ । ଏହି ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ମୁଁ ଖୁବ ଆନନ୍ଦିତ । କାର୍ତ୍ତିକ ପୂର୍ଣ୍ଣିମାରେ ଓଡିଶାବାସୀଙ୍କୁ ଶୁଭେଚ୍ଛା । ପାରାଦ୍ବୀପ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  • ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଆଜିର ଏହି ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଯୋଗ ଦେଇ ମୁଁ ଆନନ୍ଦିତ । ସର୍ବପ୍ରଥମେ ପବିତ୍ର ରାସ ପୂର୍ଣ୍ଣିମା ଏବଂ ଐତିହାସିକ ବାଲିଯାତ୍ରା ଅବସରରେ ମୋର ପ୍ରିୟ ଦେଶବାସୀ, ବିଶେଷକରି ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତଙ୍କର ସୁଖ ସମୃଦ୍ଧି କାମନା… pic.twitter.com/b6lokRpHXg

    — President of India (@rashtrapatibhvn) November 27, 2023 " class="align-text-top noRightClick twitterSection" data=" ">

ନମସ୍କାର, ଜୁହାର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓ଼ଡିଶାରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ । ଗୌରବମୟ ଅତୀତର ସ୍ମୃତିରେ ପାଳନ ହେଉଥିବା ବାଲିଯାତ୍ରା ଏକ ନିଆରା ପର୍ବ । କାହିଁ କେଉଁ କାଳରୁ ଏହି ପର୍ବର ନୌବାଣିଜ୍ୟ ସମୃଦ୍ଧିର ପ୍ରତୀକ । ଅନନ୍ତ ଆକାଶ ଗଭୀର ସମୁଦ୍ର ସବୁବେଳେ ରହସ୍ୟର ଗନ୍ତାଘର । ସମୁଦ୍ର ସହିତ କଥା, କାବ୍ୟ କବିତା. କାହାଣୀ ସୁଖ ଦୁଃଖ ଓ କିମ୍ବଦନ୍ତୀ ଜଡିତ । ସମୁଦ୍ର ମଣିଷକୁ ସୃଜନଶୀଳ କରିଛି । ଆପାର ଜିଜ୍ଞାସା ସୃଷ୍ଟି କରିଛି । ବ୍ୟବସାୟ, ବାଣିଜ୍ୟ ଓ ଆନ୍ତର୍ଜାତୀକ ସମ୍ପର୍କର ସାଧନ ପାଲଟିଛି ସମୁଦ୍ର । ଭାରତ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି ସମୁଦ୍ର । ଭାରତର ନୌବଣିଜ୍ୟ ପରମ୍ପରା ଅତି ପ୍ରାଚୀନ । ପାରାଦ୍ବୀପ ବନ୍ଦର ସାରା ଓଡିଶାରେ ସୁପ୍ରସିଦ୍ଧ । ପାରାଦ୍ବୀପ ବନ୍ଦର ବୃହତ ବନ୍ଦର ହେବା ଦିଗରେ ଅଗ୍ରସର ହେଉଛି । କାର୍ଗୋ ହ୍ୟାଣ୍ଡେଲିଙ୍ଗ କ୍ଷମତା ବଢିଛି । ପାରାଦ୍ବୀପ ବନ୍ଦରକୁ ସାଗର ଶ୍ରେଷ୍ଠ ସମ୍ମାନ ମିଳିଛି ।''

ଭାରତର ବନ୍ଦରଗୁଡିର ଭିତ୍ତିଭୂମି ଆହୁରି ସୁଦୃଢ ହେବା ସଙ୍ଗେସଙ୍ଗେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର । ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଜରିଆରେ ପୋର୍ଟ ଉନ୍ନତୀ, ପୋର୍ଟ ଲେଡ୍ ଉନ୍ନତୀ ଆଡକୁ ଗତି କରୁଛି । ସାମୁ୍ଦ୍ରିକ ବାଣିଜ୍ୟପଥ ଭାରତ ଉପକୂଳ ନିକଟ ହୋଇଥିବାରୁ ଆମ ଦେଶରେ ବିଶ୍ବ ବାଣିଜ୍ୟ କ୍ଷେତ୍ରରେ ଅବସ୍ଥିତି ଅତି ଗୁରୁତ୍ବପୂର୍ଣ୍ଣ । ଦେଶର ବାଣିଜ୍ୟ ବ୍ୟବସାୟ ଓ ଅର୍ଥନୈକି ଅଭିବୃଦ୍ଧି କ୍ଷେତ୍ରରେ ସାମୁଦ୍ରିକ ବାଣିଜ୍ୟର ଭୂମିକା ରହିଛି । ଆଜି ଆମେ ମହାକାଶକୁ ଲମ୍ପ ଦେଉଛୁ । ସାଗାର ଗର୍ଭରେ ଯେଉଁ ବିଶାଳ ଜୀବଜଗତ ରହିଛି ତାହା ଏବେ ବି ଆବିଷ୍କୃତ ହୋଇନାହିଁ । ମହାସାଗରର ଗଭୀରତାକୁ ଆବିଷ୍କାରରୁ ନିବୃତ ରହିବା ନାହିଁ । ବୋଇତ ବିନ୍ଦାଣ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରରତି ଦ୍ରୌପଦୀ ମୁର୍ମୁ ।

ଏହା ବି ପଢନ୍ତୁ...ପାରାଦ୍ବୀପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରୋଟୋକଲ ଭାଙ୍ଗିଲେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ

ରାଷ୍ଟ୍ରପତି ଆହୁରି କହିଛନ୍ତି, '' ବର୍ତ୍ତମାନ ପୃଥିବୀରେ ପ୍ରଯୁକ୍ତିବିଦ୍ୟା ବ୍ୟାପକ ପରିବର୍ତ୍ତନ ଆଣିଛି । ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସମୁଦ୍ର ମଧ୍ୟରେ ଯାତ୍ରା ସହଜ ଓ ସୁଗମ ହୋଇଛି । ଯୁବପିଢି ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି କରନ୍ତୁ ମନା ନାହିଁ ବାଣିଜ୍ୟ ବ୍ୟବସାୟ କରିବାକୁ ଆଗଭର ହୁଅନ୍ତୁ । କଥାରେ ଅଛି ବାଣିଜ୍ୟେ ବସତେଃ ଲକ୍ଷ୍ମୀ । ନିଜେ ଚାକିରି କର ଅନ୍ୟଙ୍କୁ ଚାକିର ଦିଅ । ଚାକିରି ପଛରେ ନ ଧାଇଁ ନିଜ ରୁଚି ଅନୁସାରେ ଶିଳ୍ପ ପ୍ରତିଷ୍ଠା କରି ଅନ୍ୟକୁ ରୋଜଗାର ଦିଅ । ଆତ୍ମନିର୍ଭର ନିର୍ଭର ବନାଅ । ଏହାଦ୍ବାରା ନିଜେ ଜୀବୀକା ନିର୍ବାହ ସହ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ । ସୃଜନଶୀଳତା ଓ ଆଦ୍ୟମ ଇଚ୍ଛାଶକ୍ତି ବଳରେ ସମାଜରେ ବଡ ପରିବର୍ତ୍ତନ ଆଣାଯାଇପାରିବ । ଯୁବପିଢି ଏହି ପରିବର୍ତ୍ତନର ବାହାକ ହୁଅନ୍ତୁ । ନବସୃଜନର କର୍ଣ୍ଣଧାରା ହୁଅନ୍ତୁ ଏବଂ ପରମ ବୈଭବଶାଳୀ ଭାରତ ଗଠନରେ ବ୍ରତି ହୁଅନ୍ତୁ ।''

ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମହାମହିମ । ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ପରିବହମ ମନ୍ତ୍ରୀ ଟୁକୁନୀ ସାହୁ, କେନ୍ଦ୍ର ବନ୍ଦର ଜାହାଡ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପରେ ନେହେରୁ ବଙ୍ଗଳାରେ ମଧ୍ୟାହ୍ନଭୋଜନ କରିବେ ରାଷ୍ଟ୍ରପତି । କିଛି ସମୟ ବିଶ୍ରାମ ନେଇ ଅପରାହ୍ନ 3ଟା 30ରେ ଭୁବନେଶ୍ବର ଅଭିମୁଖେ ବାହାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.