ଗ୍ରାହକ ସନ୍ତୋଷ ସର୍ବେକ୍ଷଣ, ୯ମ ସ୍ଥାନରେ ଝାରସୁଗୁଡ଼ା ବିମାନ ବନ୍ଦର

By

Published : Aug 5, 2023, 6:44 PM IST

Updated : Aug 6, 2023, 12:24 PM IST

thumbnail

ଝାରସୁଗୁଡ଼ା: ଗ୍ରାହକ ସନ୍ତୁଷ୍ଟି ସର୍ବେକ୍ଷଣରେ ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟକୁ ସଫଳତା । ଚଳିତ ବର୍ଷ ଜାନୁଆରୀରୁ ଜୁନ ଯାଏଁ ଏୟାରପୋର୍ଟ ଅଥିରିଟି ଅଫ ଇଣ୍ଡିଆ ପକ୍ଷରୁ ଏହି ସର୍ଭେ ହୋଇଥିବା ବେଳେ ଦେଶର ୫୬ଟି ବିମାନ ବନ୍ଦର ମଧ୍ୟରେ ୯ନଂ ବିମାନ ବନ୍ଦର ରହିଛି । ସୂଚନା ଅନୁଯାୟୀ, ମୋଟ ୨୪ ପାରାମିଟର ପାଇଁ ୫ ପଏଣ୍ଟ ସ୍କେଲ ମାଧ୍ୟମରେ ବିମାନ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଗ୍ରାହକ ସନ୍ତୁଷ୍ଟ ସର୍ଭେ କରାଯାଇଥିଲା । ଏଥିରେ ଝାରସୁଗୁଡା ଏୟାରପୋର୍ଟ ୪.୮୩ ସ୍କୋର ହାସଲ କରିଛି । ଭୋପାଳ ବିମାନ ବନ୍ଦର ୪.୯୯ ସ୍କୋର ସହ ୧ନମ୍ବର ହୋଇଛି ।  

ଏହା ବି ପଢନ୍ତୁ-  ଉଡାଣ ଯୋଜନାରେ ନଂ-୧ ହୋଇଥିବା ଝାରସୁଗୁଡା ବିମାନବନ୍ଦର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

ତେବେ ଏଥର ଉଦୟପୁର ବିମାନ ବନ୍ଦରର ରାଙ୍କ ତଳକୁ ଖସିଛି । ଏହା ୪.୯୭ ସ୍କାର ହାସଲ କରିଛି, ଯାହାକି ଗତବର୍ଷଠାରୁ କମ । ଏହି କ୍ରମରେ ଡେରାଡୁନ ୪.୯୬ ସ୍କୋର ସହ ତୃତୀୟରେ, ଭୂନ୍ତର ସ୍କୋର ୪.୯୫, ଗଗଲ ୪.୯୫, ରାଜାମୁଣ୍ଡି ୪.୯୪, ଜମ୍ମୁ ୪.୯୪, ମଦୁରାଇ ୪.୯୨, ଗ୍ବାଲିୟର ୪.୮୬, ବିଜୟୱାଡା ୪.୮୪ ଏବଂ ଝାରସୁଗୁଡ଼ାରେ ୪.୮୩ ସ୍କୋର ହାସଲ କରିଛି । ଆଗକୁ ମଧ୍ୟ ଏହି ବିମାନ ବନ୍ଦର ଖୁବ ଉନ୍ନତି କରିବା ସହିତ ଅନ୍ୟ ରାଜ୍ୟକୁ ବିମାନ ଚଳାଚଳ କରିବ ବୋଲି କହିଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ ସନ୍ଦୀପ ତିୱାରି । ଏନେଇ ବିମାନବନ୍ଦର ନିର୍ଦ୍ଦେଶକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ଗୁରୁଚରଣ ବାଘ ।

ଇଟିଭି ଭାରତ, ଝାରସୁଗୁଡ଼ା 

Last Updated : Aug 6, 2023, 12:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.