ନନ୍ଦଲାଲାଙ୍କ ପ୍ରେମରେ ବୁଡିଲେ ଭକ୍ତ, ଗାଁରୁ ସହର ସବୁଠି କୃଷ୍ଣମୟ ପରିବେଶ

By ETV Bharat Odisha Team

Published : Sep 6, 2023, 5:10 PM IST

thumbnail

ବାଲେଶ୍ୱର: ଜିଲ୍ଲାର ବିଭିନ୍ନ ମଠ ଓ ମନ୍ଦିରରେ ଆଜି ନନ୍ଦ ଲାଲା କୃଷ୍ଣଙ୍କ ଜନ୍ମଦିନ ବା ଜନ୍ମାଷ୍ଟମୀ ଉପଲକ୍ଷେ ବେଶ ଭିଡ଼ ପରିଲିକ୍ଷିତ ହୋଇଛି । ଆଜି ଜନ୍ମାଷ୍ଟମୀ ପାଇଁ କୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଥିବା ବେଳେ ଆସନ୍ତାକାଲି ନନ୍ଦୋତ୍ସଵ ଅନୁଷ୍ଠିତ ହେବ । ସେହିପରି ରେମୁଣା ଅଞ୍ଚଳର ଗୁପ୍ତ ବୃନ୍ଦାବନ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦିନେ ଭକ୍ତ ପାଇଁ କ୍ଷୀର ଭୋଗ ଚୋରି କରି ଗୋପୀନାଥ କ୍ଷୀରଚୋରାର ଆଖ୍ୟା ପାଇଥିଲେ । ସେହିଦିନ ଠାରୁ କ୍ଷୀରଚୋରା ଗୋପୀନାଥ ରୂପେ ପୂଜା ପାଉଛନ୍ତି । 

ଏହା ମଧ୍ୟ ପଢନ୍ତୁ..ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି

ଆଜି ଜନ୍ମାଷ୍ଟମୀ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିବା ବେଳେ ପୂଜା ଥାଳି ନେଇ ଭକ୍ତ ଭଗବାନଙ୍କୁ ଯାଚି ଦେଉଛି ଭୋଗ ଏବଂ କିଏ କେତେ ଅଳି କରୁଛି ନନ୍ଦ ଲାଲା ପାଖରେ । ପରିବାରର ଶୁଭ ମନାସି ଦ୍ୱୀପ ଜାଲୁଛି ଭକ୍ତ । ସନ୍ଧ୍ୟାରେ ମନ୍ଦିର ପରିସରରେ ଭଜନ କୀର୍ତ୍ତନ ସାଙ୍ଗକୁ ଭକ୍ତଙ୍କ ଭିଡ଼ ଆହୁରି ଜମିବ । ନନ୍ଦୋତ୍ସବ ପାଇଁ ମଧ୍ୟ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିବା ସହ ଭକ୍ତମାନେ କିଭଳି ଶାନ୍ତିଶୃଙ୍ଖଳାର ସହିତ ଭଗବାନଙ୍କୁ ଦର୍ଶନ କରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.