ETV Bharat / state

ବିଜେଡି-ବିଜେପିକୁ ଟାର୍ଗେଟ କଲେ ଖଡ୍‌ଗେ, 'ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି' - Kharge Criticizes BJP BJD

author img

By ETV Bharat Odisha Team

Published : May 16, 2024, 5:44 PM IST

Mallikarjun Kharge Criticizes BJP-BJD: ଭୁବନେଶ୍ବର ଆସି ବିଜେଡି ସରକାର ଏବଂ ବିଜେପି ସରକାଙ୍କ ଉପରେ ବର୍ଷିଲେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ମୋଦିଙ୍କ 400 ପାର୍‌ଠୁ ଆରମ୍ଭ କରି ଓଡିଶାରେ ବେରୋଜଗାର ନେଇ ବର୍ଷିଛନ୍ତି । ଅଧିକ ପଢନ୍ତୁ

Mallikarjun Kharge Criticizes BJP-BJD
Mallikarjun Kharge Criticizes BJP-BJD (ETV Bharat Odisha)

Mallikarjun Kharge Criticizes BJP-BJD (ETV Bharat Odisha)

ଭୁବନେଶ୍ବର: କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ ଓଡିଶା ଗସ୍ତରେ ଆସିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟଭାବେ ଓଡିଶା ବେଶ ଜଣାଶୁଣା ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି: ସେ କହିଛନ୍ତି, "ଓଡ଼ିଶା ଏକ୍ ମହତ୍ତ୍ୱପୂର୍ଣ୍ଣ ରାଜ୍ୟ । କିନ୍ତୁ 24 ବର୍ଷ ହେଲା ରାଜ୍ୟକୁ ଧୋକା ମିଳିଛି । ନବୀନ ପଟ୍ଟନାୟକ ଏତେ ଦିନ ଧରି ଯାହା ସହ ମିଶି ରହିଲେ ସେବି ଦେଶରେ ଦଶ ବର୍ଷ ହେଲା ସରକାରରେ କେନ୍ଦ୍ରରେ ରହିଛନ୍ତି । କିନ୍ତୁ ରାଜ୍ୟର ଉନ୍ନତି ହେଉନି କାହିଁକି ? ଉଭୟ ଦଳ ଓପନ ଝଗଡ଼ା ପାଇଁ ଓଡ଼ିଶାର କ୍ଷତି ହେଉଛି । ଭିତରେ ଭିତରେ ଉଭୟଙ୍କର ସମ୍ପର୍କ ରହିଛି । ଓଡ଼ିଶାରେ ଦାଦନ ଓ ମହଙ୍ଗାଇ ବଢ଼ିବାରେ ଲାଗିଛି । ଓଡ଼ିଶାରୁ ଏ ସବୁକୁ ଦୂର କରିବାକୁ ହେଲେ ଦୁଇ ଭ୍ରଷ୍ଟ ସରକାରକୁ ହଟାଇବାକୁ ହେବ । ଚିଟଫଣ୍ଡ କରି ହରିଲୁଟ କରିଛନ୍ତି ଦୁଇ ସରକାର । ବେରୋଜଗାରୀ ଓ ଦାଦନ ହଟାଇବାକୁ କିଛି ବି ପଦକ୍ଷେପ ନେଇନାହାନ୍ତି । ଓଡ଼ିଶାରେ ସବୁ କିଛି ଅଛି, ହେଲେ 24 ବର୍ଷ ଧରି ଜଣେ ସରକାରରେ ରହିବି ଲୋକଙ୍କ କଥା ଚିନ୍ତା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି । ଖଣି ଖାଦାନ ଏଠୁ ଲୁଟ ହେଉଛି ।

ମୋଦି କିଭଳି କହୁଛନ୍ତି 400 ପାର୍: ନରେନ୍ଦ୍ର ମୋଦି ବାର୍ ବାର୍ 400 ପାର୍ କଥା କହୁଛନ୍ତି । ୪୦୦ ପାର କଥା ବିଜେପି କହୁଛି କିନ୍ତୁ ତୁମେ ଆଣିବ କେଉଁଠୁ ? ମୋଦି ଗ୍ୟାରେଣ୍ଟି କିଛି କାମ ଦେବନି । ଲୋକେ ମନ ପରିବର୍ତ୍ତନ କଲେଣି ବୁଝି ଗଲେଣି ଏବେ କଂଗ୍ରେସକୁ ସରକାରକୁ ଆଣିବେ । ଗଠବନ୍ଧନ ସରକାରକୁ ଆସିଲେ ଦେଇଥିବା ଇସ୍ତାହାର କାର୍ଯ୍ୟକାରୀ ହେବ । ଆମେ ସମସ୍ତ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବୁ । ବିଜେପି କେଉଠି ବି ବହୁମତ ପାଇବ ନାହିଁ । 200 ରୁ ଅଧିକ ସିଟ ବିଜେପି ପାଇବ ନାହିଁ । ଇଣ୍ଡିଆ ମେଣ୍ଟ ଭଲ ପଦର୍ଶନ କରି ଜିତିବ । ଓଡ଼ିଶାରେ ବିଜେଡି ବିଜେପି ମିଳିତ ଭାବେ ଶାସନ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: ଖଡ୍‌ଗେଙ୍କ ଟାର୍ଗେଟ୍‌ରେ ମୋଦି-ନବୀନ, କହିଲେ ପ୍ରେମ ବିବାହ କରିଛନ୍ତି ବିଜେଡି-ବିଜେପି

ଓଡିଶାରେ 41 ପ୍ରତିଶତ ବେରୋଜଗାର: ଆମେ ଭାବିଥିଲୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏମାନେ ଲଢ଼ୁଛନ୍ତି । ହେଲେ ସେମିତି ଶାସନ ହେଉନି । ଓଡ଼ିଶାରେ ବେରୋଜଗାରୀ ଏକ ପ୍ରମୁଖ ମୁଦ୍ଦା । ଓଡ଼ିଶାର ସମ୍ବଳ ନେଇ ବାହାରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହେଉଛି ହେଲେ ଓଡ଼ିଶାରେ କିଛି ହେଉନାହିଁ । ଚିଟଫଣ୍ଡ, ଖଣିରେ ବ୍ୟାପକ ଘୋଟଲା ହେଉଛି । ଯୁବକମାନଙ୍କ ପାଇଁ କୌଣସି ଧ୍ୟାନ ଦେଉନାହାଁନ୍ତି ସରକାର । ଓଡ଼ିଶାରେ ସବୁଠୁ ଅଧିକ ବେକାରୀ । 41 ପ୍ରତିଶତ ବେରୋଜଗାରୀ । ଓଡିଶାକୁ ବରବାଦ କରବାକୁ ଦୁଇ ଜଣ ଦାୟୀ । ସମାଜକୁ ବର୍ଗକୁ ଭାଗ କରୁଛନ୍ତି,ସମ୍ବିଧାନର ସୁରକ୍ଷା ନେଇ କଂଗ୍ରେସ ପ୍ରତିବାଦ କରିବ । ଖଣିଜ ସମ୍ପଦର ଲୁଟ ହେଉଛି ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡ୍‌ଗେ ।

ଓଡିଶାରେ କଂଗ୍ରେସ ଆଗକୁ ବଢୁଛି: ଏନେଇ ସେ କହିଛନ୍ତି, "ମୋଦିଙ୍କ 400 ପାର ସ୍ଲୋଗାନ ଅବାସ୍ତବ । କଂଗ୍ରେସ ଓଡ଼ିଶାରେ ଉପରକୁ ଉଠୁଛି । ମୋଦି କେବେ ନିଜ ବଚନ ପୂରଣ କରିନାହାଁନ୍ତି । ସେଥିପାଇଁ ମୋଦି ଗ୍ୟାରେଣ୍ଟି କଣ ? କଂଗ୍ରେସର ଗ୍ୟାରେଣ୍ଟି ଜନସାଧାରଣଙ୍କ ପାଇଁ । ଦରଦାମ ବୃଦ୍ଧି ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୋଦିଙ୍କ ବିରୋଧରେ ଜନତା ଲଢ଼ୁଛନ୍ତି । ସେଥିପାଇଁ 5 ନ୍ୟାୟ ଏବଂ 25 ଗ୍ୟାରେଣ୍ଟି ଦେଉଛି କଂଗ୍ରେସ । ସାଧାରଣ ଜନତାଙ୍କୁ କଂଗ୍ରେସ ସହାୟତାର ହାତ ବଢ଼ାଇବ । ବିଜେପି କେବଳ ନୋଟ ବନ୍ଦୀ କରିଛି, ବଡ଼ ବଡ଼ ଶିଳ୍ପପତିମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ ହେଉଛି । କଂଗ୍ରେସ ସାଧାରଣ ଲୋକଙ୍କୁ 5 କେଜି ଜାଗାରେ ଚାଉଳ 10 କେଜି ଦେଵ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.