ଟିକସ ଫାଙ୍କିବା ଅଭିଯୋଗରେ ମଦ ଫ୍ୟାକ୍ଟ୍ରି ଉପରେ ଚଢାଉ

By ETV Bharat Odisha Team

Published : Dec 16, 2023, 6:41 AM IST

thumbnail

ଢେଙ୍କାନାଳ: ମଦ ଫ୍ୟାକ୍ଟ୍ରି ଉପରେ IT ରେଡ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ମାଛିଆ ଠାରେ ଥିବା ଶକ୍ତି ମଲ୍ଟଏୟାର ଓ ଲିମୋନେଡ଼ ପ୍ରାଇଭେଟ ଲିମିଟେଡ଼ ମଦ ବଟଲିଙ୍ଗ ଫ୍ୟାକ୍ଟ୍ରି ଉପରେ ଚଢାଉ ହୋଇଛି । ଗତକାଲି ଦିନ ୧୨ଟାରୁ ଦୀର୍ଘ ସମୟ ଧରି ଏହି ରେଡ୍ କରାଯାଉଛି । ଦୀର୍ଘ ୬ଘଣ୍ଟରୁ ଉର୍ଦ୍ଧ୍ବ ସମୟ ଧରି IT ଡିପାର୍ଟମେଣ୍ଟ ଅଧିକାରୀମାନେ ଚଢାଉ କରିଥିବା ଜଣାପଡିଛି । ତେବେ ଏହି କମ୍ପାନିରେ ବାହାରୁ ସ୍ପିରିଟ ଆଣି ଏଠାରେ ମିଶ୍ରଣ କରି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ପ୍ରସ୍ତୁତ କରୁଥିଲା ।

ଏହି ସବୁ ବିଦେଶୀ ମଦ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିକ୍ରି କରାଯାଏ । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ଓ କେତେ ବର୍ଷ ଧରି ଏଭଳି ଚାଲିଥିଲା ସେ ବିଷୟରେ କୈାଣସି ସଠିକ ସୂଚନା ମିଳିପାରିନାହିଁ । ଏପରିକି କମ୍ପାନିର ମୁଖ୍ୟ ଫାଟକ ମଧ୍ୟ ଭିତରପଟୁ ବନ୍ଦ କରିଦିଆଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଆଇଟି ରେଡ: ଜବତ ଟଙ୍କା ଆମ ପରିବାରର ଟଙ୍କା: ସାଂସଦ ଧୀରଜ ସାହୁ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.