ମୁହଁ ଖୋଲିଲେ ସାଂସଦ ଧୀରଜ ସାହୁ, କହିଲେ ଜବତ ଟଙ୍କା ଆମ ପରିବାରର

By ETV Bharat Odisha Team

Published : Dec 15, 2023, 11:04 PM IST

Updated : Dec 16, 2023, 7:08 AM IST

thumbnail

ନୂଆଦିଲ୍ଲୀ: ‘‘ମୁଁ ପ୍ରାୟ ତିନି ଦଶନ୍ଧୀରୁ ଅଧିକ ହେଲା ରାଜନୀତିରେ ଅଛି । ଆମର ଏକ ଯୌଥ ପରିବାର । ମୋର ପରିବାର ସମସ୍ତେ ବ୍ୟବସାୟ କରନ୍ତି । ମୁଁ କିନ୍ତୁ ଦୀର୍ଘ ବର୍ଷ ହେଲା ବ୍ୟବସାୟ ସହ ଜଡିତ ନାହିଁ । ଆମର ବ୍ୟବସାୟ ବହୁ ବର୍ଷ ହେଲା ଚାଲିଛି । ଆମେ ଯାହା ବି ବ୍ୟବସାୟ କରୁଛୁ ସବୁ ଆଇନ ଅନୁସାରେ, ଏଥିରେ କୌଣସି ବେଆଇନ କାମ ହେଉନାହିଁ । କିନ୍ତୁ ବର୍ତ୍ତମାନ ଯେଉଁ ସବୁ ଘଟଣା ଘଟୁଛି ତାହା ମତେ ବହୁତ ଦୁଃଖ ଦେଉଛି । ମୁଁ ଚାହୁଁଥିଲି ମୋ ଜୀବନରେ କିଛି ବିବାଦ ନହେଉ । ଲୋକେ ସତ ଜାଣିବା ଦରକାର । ଯେଉଁ ଟଙ୍କା ଜବତ ହୋଇଛି ତାହା ମଦ ବ୍ୟବସାୟ ସହ ଫାର୍ମର । ଏହି ଟଙ୍କାରେ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ସମ୍ପୃକ୍ତି ନାହିଁ । ଆୟକର ବିଭାଗ ରେଡ କରୁଛି । ଆମକୁ ଯାହା ତଥ୍ୟ ପ୍ରମାଣ ମାଗିବେ ଆମେ ଯୋଗାଇ ଦେବୁ । ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବୁ । ଆମେ ଝାଡଖଣ୍ଡ ଓ ଓଡିଶାରେ ବହୁତ ବିକାଶ କାମ କରିଛୁ ।’’ ଓଡିଶାରୁ ଶହ ଶହ କୋଟି ଟଙ୍କା ଜବତ ଘଟଣା ପରେ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ତଥା ଝାଡଖଣ୍ଡ ବ୍ୟବସାୟୀ ଧୀରଜ ସାହୁ । ସେହିପରି ସାଂସଦ ସାହୁ କହିଛନ୍ତି ମଦ କାରବାର ସବୁ ନଗଦ ଆକାରରେ କାରବାର ହୋଇଥାଏ । ଏହାସହ ମହୁଲ କିଣା ଓ ପଲିଥିନ କିଣାର ବାକି ଟଙ୍କା ଅଛି । ସେହି ଟଙ୍କା ଦେବାକୁ ମଧ୍ୟ ରଖାଯାଇଥିଲା । 

Last Updated : Dec 16, 2023, 7:08 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.