Ganesh Visarjan: ହାଇଦ୍ରାବାଦ ପୋଲିସ କର୍ମଚାରୀଙ୍କ ଜବରଦସ୍ତ ଡାନ୍ସ, ଭିଡିଓ ଭାଇରାଲ

By ETV Bharat Odisha Team

Published : Sep 28, 2023, 10:56 PM IST

thumbnail

ହାଇଦ୍ରାବାଦ: ବିଦାୟ ନେଉଛନ୍ତି ବିଘ୍ନରାଜ । ଆଜି ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମଧ୍ୟ ବିଦ୍ୟାଦାତାଙ୍କୁ ବିଦାୟ ଦିଆଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରର ସମସ୍ତ ଗଣେଶ ମୂର୍ତ୍ତି ଶୋଭାଯାତ୍ରାରେ ବାହାରି ବିସର୍ଜନ ଲାଗି ହୁସେନ ସାଗର ନିକଟରେ ପହଞ୍ଚିଥିଲେ । ତେବେ ଏହି ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ହାଇଦ୍ରାବାଦ ପୋଲିସ କର୍ମଚାରୀଙ୍କ ଜବରଦସ୍ତ ଡ୍ୟାନ୍ସ । ହାଇଦ୍ରାବାଦ NTR ମାର୍ଗ ନିକଟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ଗଣପତି ବିସର୍ଜନରେ ପୋଲିସ କର୍ମଚାରୀ ଜଣକ ନିଜ କଳା ପ୍ରଦର୍ଶନ କରିଥିଲେ । ଏହି ସମୟରେ ଖୈରତାବାଦର ବଡ଼ ଗଣେଶ (63 ଫୁଟ)ଙ୍କ ଶୋଭାଯାତ୍ରା ଚାଲିଥିଲା । ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏହି ସମୟରେ ପୋଲିସ କର୍ମଚାରୀଙ୍କ ଡ୍ୟାନ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.