ସନ୍ଧ୍ୟା ନହେଉଣୁ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ରାସ୍ତାରେ ଫିସିଛି କାର-ବାଇକ

By ETV Bharat Odisha Team

Published : Dec 3, 2023, 6:30 PM IST

thumbnail

କଟକ: କଟକର ଐତିହାସିକ ବାଲିଯାତ୍ରାର ଆଜି ହେଉଛି ସପ୍ତମ ସନ୍ଧ୍ୟା । ରବିବାର ଥିବାରୁ ଆଜି ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ଅପରାହ୍ନରୁ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇଉଠିଛି । ମେଳାରେ ଜନ ସମୁଦ୍ର ସତେ ଯେମିତି ଲହଡି ମାରୁଛି । ପରିସ୍ଥତି ଏପରି ହୋଇଛି ଯେ, ଅପରାହ୍ନ ୪ଟାରୁ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ ହୋଇ ଯାଇଛି । ପଡ଼ିଆ ନିକଟବର୍ତ୍ତୀ ପାର୍କିଂ ଗୁଡ଼ିକରେ ଗାଡ଼ି ରଖିବାକୁ ସ୍ଥାନ ନାହିଁ । ଜିଲ୍ଲା ପ୍ରଶାସନର ଆକଳନ ମୁତାବକ ଶନିବାର ସନ୍ଧ୍ୟାରେ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଲିଯାତ୍ରା ପଡ଼ିଆକୁ ଆସିଥିଲେ । କିନ୍ତୁ ଆଜି କେବଳ ସନ୍ଧ୍ୟା ସୁଦ୍ଧା ୧୨ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଲିଯାତ୍ରା ପଡିଆରେ ସମାଗମ ହେବାର ଆକଳନ କରିଛି ପ୍ରଶାସନ । ବିଳମ୍ବିତ ସନ୍ଧ୍ୟାରେ ଭିଡ଼ ଆହୁରି ଅଣାୟତ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସେପଟେ ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଓ ତାଙ୍କ ଟିମ୍‌ ଆଜି ବାଲିଯାତ୍ରାରେ ସଙ୍ଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ଥିବାରୁ ରବିବାର ସନ୍ଧ୍ୟା ବେଶ ରେମାଞ୍ଚକର ହେବ ବୋଲି କୁହାଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.