ବାଲିଯାତ୍ରାରେ ବଢୁଛି ଭିଡ଼, ସମ୍ଭାବ୍ୟ ବିପଦ ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ

By ETV Bharat Odisha Team

Published : Dec 2, 2023, 10:30 PM IST

thumbnail

କଟକ: ଜାରି ରହିଛି କଟକର ଐତିହାସିକ ବାଲିଯାତ୍ରା । ପ୍ରତିଦିନ ଜମୁଛି ଦର୍ଶକଙ୍କ ଖଚାଖଚ୍‌ ଭିଡ଼ । ଏହାରି ଭିତରେ ଅଗ୍ନିଶମ ବିଭାଗ ପାଇଁ ସୃଷ୍ଟି ହୋଇଛି ବଡ଼ ଚ୍ୟାଲେଞ୍ଜ୍‌ । କାରଣ ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଭିତରେ କେତେବେଳେ କିଛି ବି ଅଘଟଣ ଘଟିପାରେ । ଆଉ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସବୁବେଳେ ସଜାଗ ରହିଥାଏ ଅଗ୍ନିଶମ ବିଭାଗ । ତେଣୁ ବାଲିଯାତ୍ରାରେ ଦର୍ଶକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଉଭୟ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ଅଗ୍ନିଶମ ବିଭାଗ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶକଙ୍କ ସୁରକ୍ଷା ପାଇଁ କେତେ ପ୍ରସ୍ତୁତ ଅଛି ଅଗ୍ନିଶମ ବିଭାଗ, ସେନେଇ ଇଟିଭି ଭାରତ ପ୍ରତିନିଧିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଡେପୁଟି ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ର ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.