ବାଲିଯାତ୍ରାରେ ଗାଁର ଭ୍ରମ; ଦର୍ଶକଙ୍କ ମନ ମୋହୁଛି ଚାଳଘର, ଭାଗବତ ଟୁଙ୍ଗି

By ETV Bharat Odisha Team

Published : Dec 1, 2023, 12:32 PM IST

thumbnail

କଟକ: ଜମୁଛି କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଦିନ ଗଡୁଛି ଭିଡ ବଢୁଛି । କଟକ ଇନ୍ କଟକରେ ଏଥର ଗ୍ରାମାଞ୍ଚଳର ବିଷୟବସ୍ତୁକୁ ସ୍ଥାନିତ କରାଯାଇଛି । ବାଲିଯାତ୍ରା ପଡ଼ିଆରେ ଏହା ଗାଁର ଭ୍ରମ ସୃଷ୍ଟି କରୁଛି । ଯାହାକି ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଚାଳ ଛପର ଘର ସାଙ୍ଗକୁ ମାଛ ଚାଷ, କୁକୁଡ଼ା ଚାଷ, ଛେଳି ଚାଷ, ଘୁଷୁରୀ ଚାଷ, ବତକ ଚାଷକୁ ପ୍ରଦର୍ଶିତ କରାଯାଇଛି ।  ସେହିପରି ଗାଁରେ ଯେମିତି ବିଭିନ୍ନ ପ୍ରକାର ମନ୍ଦିର, ଭାଗବତ ଟୁଙ୍ଗି, ମାଣବସା, ହସ୍ପିଟାଲ, ସ୍କୁଲ ଆଦି ଦେଖାଯାଏ ତାହାକୁ ବି ସମାନ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଏଠି ଥରେ ବୁଲି ଆସିଲେ ଗାଁରେ ରହିବା ପରି ଦର୍ଶକମାନେ ଅନୁଭବ କରୁଛନ୍ତି ।  ସେ ଗାଁର ପୋଖରୀ ହେଉ ଅବା ଚାଷ ଛପର ଘରକୁ ଯିଏ ଦେଖୁଛି ସିଏ ସେଲ୍ଫି ନେଉଛି । ବାଲିଯାତ୍ରାରେ ଗ୍ରାମାଞ୍ଚଳର ବିଷୟବସ୍ତୁ ଯୁବପିଢ଼ିଙ୍କୁ ବେଶ ଆକୃଷ୍ଟ କରୁଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.