ଜମୁଛି ବାଲିଯାତ୍ରା, ଅଣ୍ଡର ୱାଟର ଟନେଲ ଆକ୍ୱାରିୟମର ମଜା ନେଉଛନ୍ତି ଦର୍ଶକ

By ETV Bharat Odisha Team

Published : Nov 30, 2023, 12:19 PM IST

thumbnail

କଟକ: ଜମୁଛି କଟକ ବାଲିଯାତ୍ରା । ଦିନ ଗଡୁଛି ଭିଡ଼ ବଢୁଛି। ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପଲଟିଛି ଅଣ୍ଡର ୱାଟର ଟନେଲ ଆକ୍ୱାରିୟମ । ଏହାର ମଜା ନେଉଛନ୍ତି ଦେଖେଣାହାରୀ । ରଙ୍ଗ ବେରଙ୍ଗ ଓ ବିିଭିନ୍ନ ପ୍ରଜାତିର ମାଛକୁ ପାଖରୁ ଦେଖି ଏହାର ଭରପୁର ମଜ୍ଜା ନେଉଛନ୍ତି ଦର୍ଶକ । ଟନେଲ୍‌ରେ ପ୍ରବେଶ କରିବା ପରେ ସମୁଦ୍ର ଭିତରେ ଚାଲିବା ପରି ଦର୍ଶକ ଅନୁଭବ କରୁଛନ୍ତି । ହଜାରରୁ ଅଧିକ ପ୍ରଜାତିର ସାମୁଦ୍ରିକ ଛୋଟ ବଡ଼ ମାଛ ଏଥିରେ ରହିଛନ୍ତି । ସାର୍କ, ଜେଲି ଫିସ୍‌ ଓ ଷ୍ଟାର ଫିସ ସହ ବିଭିନ୍ନ ପ୍ରକାର ରଙ୍ଗୀନ ମାଛ ଦେଖିବାକୁ ପାଉଛନ୍ତି ଦର୍ଶକ। ଏହା ଲମ୍ବ 200 ଫୁଟ ହୋଇଥିବା ବେଳେ ଚଉଡା 6ଫୁଟ ରହିଛି। ଚେନ୍ନାଇର ଏକ ସଂସ୍ଥା ଜରିଆରେ କଟକ ବାଲିଯାତ୍ରାରେ ଏହି ବ୍ୟବସ୍ଥା କରାଯାଇଛି । ଏହାର ଟିକେଟ ଦର ଦେଢ଼ ଶହ ଟଙ୍କା ରହିଛି । ଦର ସାମନ୍ୟ ଅଧିକ ରହିଥିଲେ ମଧ୍ୟ ଲୋକେ ଟନେଲକୁ ପ୍ରବେଶ କରି ଆକ୍ୱାରିୟମର ମଜା ନେଉଛନ୍ତି । ଏହି ପ୍ରୋଜେକ୍ଟଟି ଅକ୍ଷୟ ମହାନ୍ତି ମଞ୍ଚ ନିକଟରେ ରହିଛି । ଆକ୍ୱାରିୟମ ମଧ୍ୟରେ ହାତୀ, କୃଷ୍ଣଙ୍କ ପ୍ରତିମୂର୍ତ୍ତି, କୁମ୍ଭୀର ଆଦି ସ୍ଥାନ ପାଇଛି । ଯାହାକୁ ନେଇ ଲୋକ ମାନେ ବେସ ଖୁସିବ୍ୟକ୍ତି କରିଛନ୍ତି । ଆଗମୀ ଦିନରେ ବାଲିଯାତ୍ରାରେ ଏପରି ନୂଆ ନୂଆ ଚିନ୍ତାଧାରା କରାଯିବ ବୋଲି କହିଛନ୍ତି ମେୟର ।
ଏହା ମଧ୍ୟ ପଢନ୍ତୁ- ଜମୁଛି କଟକ ବାଲିଯାତ୍ରା, ମନ ମୋହିଲା ମଞ୍ଚରେ କିନ୍ନରଙ୍କ ନୃତ୍ୟ
ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.