ଜମୁଛି କଟକ ବାଲିଯାତ୍ରା, ମନ ମୋହିଲା ମଞ୍ଚରେ କିନ୍ନରଙ୍କ ନୃତ୍ୟ

By ETV Bharat Odisha Team

Published : Nov 30, 2023, 10:48 AM IST

Updated : Nov 30, 2023, 12:03 PM IST

thumbnail

କଟକ: ଜମୁଛି କଟକ ଐତିହାସିକ ବାଲିଯାତ୍ରା । କିଣାକିଣି ସାଙ୍ଗକୁ ଖିଆପିଆ ବେଶ ଜମୁଛି । ଦିନ ବଢିବା ସହିତ ଭିଡ ଆଉ ବ୍ୟବସାୟ ବି ବଢୁଛି । ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା । ଦୁଲୁକି ଥିଲା ଗଣ କବି ବୈଷ୍ଣବ ପାଣି ମଞ୍ଚ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଲୋକ । କଟକର ମାତୃଶକ୍ତି ଡ୍ୟାନ୍ସ ଏକାଡେମୀର ସାତ ଜଣ କିନ୍ନର ନୃତ୍ୟଶିଳ୍ପୀମାନଙ୍କର ଚମତ୍କାର ରାଜସ୍ଥାନୀ ଲୋକ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ଅଗ୍ନି ସଂଯୋଗ ହୋଇଥିବା ମାଟିହାଣ୍ଡି ମୁଣ୍ଡ ଉପରେ ରଖି ସୁନ୍ଦର ନୃତ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କିନ୍ନରଙ୍କୁ ସମାଜରେ ଏକ ନିମ୍ନ ଆଖିରେ ଅନେକ ଦେଖିଥାନ୍ତି । କିନ୍ତୁ ସମୟ ବଦଳିବା ସହ ସେମାନଙ୍କ ପରିଚୟ ସେମାନେ ନିଜେ ତିଆରି କରିଛନ୍ତି । ନୃତ୍ୟ ପ୍ରତି ରୁଚି ରଖୁଥିବା ଏହି କିନ୍ନରମାନେ ଦୀର୍ଘ ଦିନ ଧରି ଅଭ୍ୟାସ ବଳରେ ବାଲିଯାତ୍ରାର ନିଜର ନୃତ୍ୟ ପରିବେଶଣ କରିଛନ୍ତି । ଏହା ସହିତ ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନଗୁଡିକ ମଧ୍ୟ ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ଝାଡ଼ଖଣ୍ଡ କଳାକାରଙ୍କ ପାଇକ ନୃତ୍ୟ, ଢେଙ୍କାନାଳ କଳା ପରିଷଦର ଗୀତିନାଟ୍ୟ, କଟକର ଶ୍ରୀକଳା ମନ୍ଦିର ପକ୍ଷରୁ ପରିବେଷିତ ମାହାରୀ ନୃତ୍ୟ ତଥା ଅନ୍ୟାନ୍ୟ ଜିଲ୍ଲାର କଳାକାରମାନେ ମଧ୍ୟ ସୁନ୍ଦର ନୃତ୍ୟ ପରିବେଶଣ କରିଥିଲେ । କଟକର ଏହି କିନ୍ନର ଗ୍ରୁପଙ୍କ ଡ୍ୟାନ୍ସ ବେଶ ଆକର୍ଷଣୀୟ ରହିଥିଲା। 

ଏହା ବି ପଢନ୍ତୁ...ବାଲିଯାତ୍ରାରେ ଟଙ୍କପାଣିର ମଜା ନେଉଛନ୍ତି ଦର୍ଶକ

ଇଟିିଭି ଭାରତ, କଟକ

Last Updated : Nov 30, 2023, 12:03 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.