ବାଲିଯାତ୍ରାରେ ଟଙ୍କପାଣିର ମଜା ନେଉଛନ୍ତି ଦର୍ଶକ

By ETV Bharat Odisha Team

Published : Nov 29, 2023, 10:46 PM IST

thumbnail

କଟକ: ଆରମ୍ଭ ହୋଇଯାଇଛି ଐତିହାସିକ କଟକ ବାଲିଯାତ୍ରା । ବାଲିଯାତ୍ରା ମଜା ନେଇଛନ୍ତି କଟକବାସୀ । ଏହାରି ଭିତରେ ଟଙ୍କପାଣିର ମଜା ନେଉଛନ୍ତି ଦର୍ଶକ । ଚଳିତ ବର୍ଷ ଓରମାସ ତରଫରୁ ଖୋଲାଯାଇଛି ଏହି ଷ୍ଟଲ । ଯଦିଓ ଏହା କୋଲଡ୍ରିଂକ୍ସର ଭ୍ରମ ସୃଷ୍ଟି କରୁଛି ମାତ୍ର ଏହା କୋଲଡ୍ରିଂକ୍ସ ନୁହେଁ । ଏହା ଟଙ୍କପାଣି । ଆପଣମାନେ ଖାଉଥିବା ତୋରାଣିରୁ ହିଁ ଏହାକୁ ପ୍ରସ୍ତୁତ କରାଯାଇଛି ।ଏହାକୁ ହାତରେ ନୁହେଁ ବରଂ ମେସିନରେ ପ୍ରସ୍ତୁତ କରାଯାଇଛି । ଓରମାସରେ ଏହି ଷ୍ଟଲ ପ୍ରଥମ ଥର ପାଇଁ ରଖାଯାଇଛି । ଏହାର ମୂଲ୍ୟ ୨୦୦ ମିଲିଗ୍ରାମକୁ ୨୦ ଟଙ୍କା ରହିଛି ।ତୋରାଣୀରେ ଆମ୍ବକସିଆ ଅଦା, ପୋଦିନା ପତ୍ର, କଞ୍ଚାଲଙ୍କାରେ ପ୍ରସ୍ତୁତ କରାଯାଇଛି ।ଏହା ସ୍ଵାସ୍ଥ୍ୟ ପାଇଁ ହିତ ବୋଲି ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି କହିଛନ୍ତି ।ସମ୍ପୂର୍ଣ୍ଣ ଦେଶୀ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି ।

ସଂସ୍ଥାର ମାଲିକ କହିଛନ୍ତି, "କୋଭିଡ଼ ସମୟରେ ଡାକ୍ତର କହିଥିଲେ ଭାତ ତୋରାଣୀରେ ଔଷଧିୟ ଗୁଣ ରହିଛି ।ଯାହାକୁ ନେଇ ସେ ଆରମ୍ଭ କରିଥିଲେ ଏହି ଟଙ୍କପାଣି । ବର୍ତ୍ତାମାନ ଏହାର ଚାହିଦା ବେଶ ଭଲ ରହିଛି ।"ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଏହା ମଧ୍ୟ ପଢନ୍ତୁ.....ବାଲିଯାତ୍ରାରେ ମନ ମୋହୁଛି ଲାଇଟ୍ ବାଲୁକା କଳା

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.