ETV Bharat / snippets

ଅଏଲ ଇଣ୍ଡିଆ କମ୍ପାନୀ ବିରୋଧରେ ଅଭିଯୋଗ ଆଣି ଥାନା ଆଗରେ ଧାରଣାରେ ଚାଷୀ

Eଅଏଲ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ଆଣି ଥାନା ଆଗରେ ଧାରଣାରେ ଚାଷୀ
ଅଏଲ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ଆଣି ଥାନା ଆଗରେ ଧାରଣାରେ ଚାଷୀ (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 3:35 PM IST

ନିମାପଡ଼ା: 2ରୁ 3 ବର୍ଷ ପୂର୍ବେ ଅଏଲ ଇଣ୍ଡିଆ କମ୍ପାନୀ ପୁରୀ ଜିଲ୍ଲା ମହଳପଡ଼ା ପଞ୍ଚାୟତ ଚିତ୍ରା ଗାଁରେ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ ବାହାର କରିବାକୁ ନେଇ ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ଖନନବେଳେ ମେସିନରୁ ବାହାରି ଥିବା ଅଳିଆ ଆବର୍ଜନା ପାଣି ଓ କେମିକାଲ ପାଣିକୁ ସ୍ଥାନୀୟ ଚାଷୀଙ୍କ 4ରୁ 5 ଏକର ଚାଷ ଜମିରେ ଛାଡିଥିଲା । ଯାହାପାଇଁ 25 ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲା କମ୍ପାନୀ । ସେପଟେ ତୈଳ ଗ୍ୟାସ ନବାହାରିବାରୁ କମ୍ପାନୀ ଯିବାକୁ ବସିଛି । କିନ୍ତୁ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳିନାହିଁ । ଯାହାକୁ ନେଇ 18 ଜଣ ଚାଷୀ କମ୍ପାନୀ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଆଜି 18 ଜଣ ଚାଷୀ କୋଣାର୍କ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.