GST ଫାଙ୍କିଥିବା ଅଭିଯୋଗ, ଢେଙ୍କାନାଳ ଓଝା ଟ୍ରେଡର୍ସ ଉପରେ ଚଢ଼ାଉ

By ETV Bharat Odisha Team

Published : Sep 22, 2023, 9:50 PM IST

thumbnail

ଢେଙ୍କାନାଳ: GST ଫାଙ୍କିବା ଅଭିଯୋଗରେ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଜିଏସଟି ବିଭାଗର ଚଢାଉ l ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ GST ବିଭାଗର ଚଢାଉ କରିଛି। ତେବେ କଟକ ଡିଭିଜନର ଏକ ୭ଜଣିଆ ଟିମ ଆଜି କାମାକ୍ଷାନଗର ସ୍ଥିତ ଓଝା ଟ୍ରେଡର୍ସ ନାମକ ଏକ ସିମେଣ୍ଟ,ରଡ ଦୋକାନ ଉପରେ ଚଢାଉ କରିଛି। ଏହି ଦୋକାନ GST ଫାଙ୍କିଥିବା ନେଇ ହେଡ ଅଫିସକୁ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରରେ ଆଜି କଟକ ଡିଭିଜନର ଟିମ ଆସି ଦୋକାନରେ ଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗୁଡିକ ଯାଞ୍ଚ କରିଥିଲେ। ସିମେଣ୍ଟ, ରଡ ଓ ଆଜବେଷ୍ଟ ଗୁଡିକ ବିକ୍ରିହୋଇଥିବା ସମସ୍ତ ବିଲ ଗୁଡିକର ତନ ତନ କରି ଯାଞ୍ଚ କରିବା ସହ ବିଲ୍‌ ଗୁଡିକୁ ଜବତକରି ମୁଖ୍ୟ କାର୍ଯ୍ୟାଳୟକୁ ନେଇଯାଇଛନ୍ତି। ତେବେ ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ବାସ୍ତବରେ କେତେ ଟଙ୍କାର GST ଫାଙ୍କିଛନ୍ତି ସେନେଇ ସମସ୍ତ ତଥ୍ୟ ମିଳିପାରିବ।


ଏହା ମଧ୍ୟ ପଢ଼ନ୍ତୁ...GST ଠକେଇ ଅଭିଯୋଗ, ବୌଦ୍ଧର ବଂଶଲ ଟ୍ରେଡର୍ସରେ ଚଢାଉ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.