ETV Bharat / state

GST ଠକେଇ ଅଭିଯୋଗ, ବୌଦ୍ଧର ବଂଶଲ ଟ୍ରେଡର୍ସରେ ଚଢାଉ

author img

By ETV Bharat Odisha Team

Published : Aug 30, 2023, 3:03 PM IST

GST ଠକେଇ ଅଭିଯୋଗ
GST ଠକେଇ ଅଭିଯୋଗ

ବୌଦ୍ଧର ବଂଶଲ ଟ୍ରେଡର୍ସରେ ସମ୍ବଲପୁର GST ବିଭାଗର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ାଉ । GST ଫାଙ୍କିବା ଅଭିଯୋଗରେ GST ବିଭାଗ ଚଢ଼ାଉ କରିଛି । ଅଧିକ ପଢ଼ନ୍ତୁ

GST ଠକେଇ ଅଭିଯୋଗ

ବୌଦ୍ଧ: GST ଫାଙ୍କିବା ଅଭିଯୋଗରେ ସମ୍ବଲପୁର ଜିଏସଟି ବିଭାଗର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ । ବୌଦ୍ଧର ବଂଶଲ ଟ୍ରେଡର୍ସରେ ଚଢାଉ କରିଛି GST ବିଭାଗ । ଜଣେ ବ୍ୟବସାୟୀଙ୍କ ଗୋଦାମ, ଅଫିସ, ଘର ଓ ଦୋକାନରେ ଏକକାଳୀନ ଚଢ଼ାଉ କରିବା ସହ ଟ୍ୟାକ୍ସ ସମ୍ପର୍କିତ ଜରୁରୀ ଦସ୍ତାବିଜ୍‌ ଜବତ କରିଛି GST ବିଭାଗର ୨୦ ଜଣିଆ ଟିମ୍‌ । ସମ୍ବଲପୁର GST ଡେପୁଟି କମିଶନର ପ୍ରେମଚାନ୍ଦ ମେହେରଙ୍କ ନେତୃତ୍ବରେ ଏହି ଏନଫୋର୍ସ ଟିମ୍ ଚଢ଼ାଉ କରିଥିଲା ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ ବିଭିନ୍ନ ବୃହତ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବା ବେଳେ ଅଧିକାଂଶ ସମୟରେ ଆୟକର ଫାଙ୍କିବା ନେଇ ଅଭିଯୋଗ ହୋଇ ଆସୁଛି । ତେବେ ଗତକାଲି(ମଙ୍ଗଳବାର) ସହରର ଶମ୍ଭୁ ପ୍ରସାଦ ଅଗ୍ରୱାଲଙ୍କ ବଂଶଲ ଟ୍ରେଡର୍ସରେ ଆୟକର ବିଭାଗର ଚଢ଼ାଉ କରିଥିଲା । ସମ୍ବଲପୁର ଆୟକର ବିଭାଗର ୨୦ ଜଣିଆ ଟିମ୍‌ ଅଗ୍ରୱାଲଙ୍କ ଦୋକାନ, ଗୋଦାମ, ଘର ଓ ଅଫିସରେ ଏକକାଳୀନ ଚଢ଼ାଉ କରିଥିଲେ । ଲୁହା ରଡ୍‌, ସିମେଣ୍ଟ ବ୍ୟବସାୟ ସହିତ ଅଗ୍ରୱାଲଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆୟକର ବିଭାଗ ଟ୍ୟାକ୍ସ ସମ୍ପର୍କିତ ଖୋଳତାଡ଼ କରିଥିବା ସୂଚନା ମିଳିଛି । କମିଶନର ପ୍ରେମଚାନ୍ଦ ମେହେରଙ୍କ ନେତୃତ୍ବରେ ଏହି ଏନଫୋର୍ସ ଟିମ୍ ସମସ୍ତ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି ।

ତେବେ ବୌଦ୍ଧର ବାଘଗୁଡା ଛକ ନିକଟରେ ଥିବା ବଂଶଲ ଟ୍ରେଡର୍ସରେ ଟ୍ୟାକ୍ସ ଫାଙ୍କିବା ନେଇ ଅଭିଯୋଗ ହୋଇଥିବା ବେଳେ ଗତକାଲି ପ୍ରାୟ ଦଶ ଘଣ୍ଟା ଧରି GST ବିଭାଗ ଚଢ଼ାଉ କରାଯାଇଥିଲା । ଏହି ଚଢାଉରୁ ଅନେକ କାଗଜପତ୍ର GST ବିଭାଗ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଏଭଳି ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ରହିଥିବା ବେଳେ ଆଗାମୀ ଦିନରେ ଏଭଳି ଚଢ଼ାଉ ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଡିଏନ୍‌ ଗ୍ରୁପ୍‌ ମାଲିକଙ୍କ ଘରେ IT ରେଡ୍, ଏକକାଳୀନ ୨୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ପ୍ରକାଶ ଥାଉକି, ଗତ ଜୁଲାଇ ମାସରେ ଡିଏନ୍‌ ରେଗାଲିଆ ମଲ୍ ମାଲିକ ଘରେ ଆୟକର ରେଡ୍ ହୋଇଥିଲା । ଟିକସ ପୈଠ ଓ ନେଣଦେଣ ଖିଲାପ ଓ ବେଆଇନ ଅର୍ଥ ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିଲା । ଡିଏନ୍ ରେଗାଲିଆ ମଲ୍ ମାଲିକ ଜଗଦୀଶ ନାୟକଙ୍କ ଘର ସମେତ ସମ୍ପର୍କୀୟଙ୍କ ଘରେ ଛାନଭିନ୍ କରିଥିଲା ଆୟକର ବିଭାଗ । ଭୁବନେଶ୍ୱର ପାତ୍ରପଡ଼ାରେ ଥିବା ସପିଂ ମଲ୍‌ ଅଫିସ ସମେତ ପାତ୍ରପଡ଼ା ସ୍ଥିତ ଘର ଓ ପୋଷ୍ଟାଲ କଲୋନୀରେ ରହୁଥିବା କମ୍ପାନୀ ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡାଙ୍କ ଭଡ଼ାଘରେ ମଧ୍ୟ ରେଡ୍‌ କରିଥିଲେ ଆୟକର ଅଧିକାରୀ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.