ETV Bharat / state

ଡିଏନ୍‌ ଗ୍ରୁପ୍‌ ମାଲିକଙ୍କ ଘରେ IT ରେଡ୍, ଏକକାଳୀନ ୨୭ଟି ସ୍ଥାନରେ ଚାଲିଛି ଚଢ଼ାଉ

author img

By

Published : Jul 5, 2023, 11:37 AM IST

Updated : Jul 5, 2023, 9:33 PM IST

ଭୁବନେଶ୍ବରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍‌ ଗ୍ରୁପରେ ଆଇଟି ରେଡ୍ ହୋଇଛି । କମ୍ପାନୀ ମ୍ୟାନେଜରଙ୍କ ଘରୁ ନଗଦ ୩୦ କୋଟି ଜବତ । ଅଧିକ ପଢନ୍ତୁ

income tax officials conduct raid
ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପରେ ରେଡ୍

ଡିଏନ୍‌ ଗ୍ରୁପ୍‌ ମାଲିକଙ୍କ ଘରେ IT ରେଡ୍,

ଭୁବନେଶ୍ବର: ଆକ୍ସନ ମୋଡ୍‌ରେ ଆୟକର ବିଭାଗ । ଡିଏନ୍‌ ରେଗାଲିଆ ମଲ୍ ମାଲିକ ଘରେ ଆୟକର ରେଡ୍ ହୋଇଛି । ମଲ୍‌ ମାଲିକ ଜଗଦୀଶ ନାୟକଙ୍କ ସହ ସମ୍ପର୍କୀୟଙ୍କ ଘରେ ଛାନଭିନ୍ କରିଛନ୍ତି ଆୟକର ଅଧିକାରୀ । ଭୁବନେଶ୍ବରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍‌ ଉପରେ ଆଇଟି ରେଡ୍‌ ହୋଇଛି । ପୋଷ୍ଟାଲ କଲୋନୀ ୟୁନିଟ-4ରେ ଆଇଟି ଚଢାଉ ହୋଇଛି ।

ଏହା ବି ପଢନ୍ତୁ...IT RAID: ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟ ଫ୍ୟାକ୍ଟ୍ରିରେ ଆୟକର ବିଭାଗର ଚଢ଼ାଉ

ରାଜ୍ୟରେ ବଡ଼ ବ୍ୟବସାୟୀଙ୍କ ଘରେ ସେଣ୍ଟ୍ରାଲ ଇନକମ ଟ୍ୟାକ୍ସ ଟିମ୍ ରେଡ କରିଛି । ଟିକସ ପୈଠ ଓ ନେଣଦେଣ ଖିଲାପ ଓ ବେଆଇନ ଅର୍ଥ ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ଡିଏନ୍ ରେଗାଲିଆ ମଲ୍ ମାଲିକ ଜଗଦୀଶ ନାୟକଙ୍କ ଘର ସମେତ ସମ୍ପର୍କୀୟଙ୍କ ଘରେ ଛାନଭିନ୍ କରିଛି ଆଇଟି । ଭୁବନେଶ୍ୱର ପାତ୍ରପଡାରେ ଥିବା ସପିଂ ମଲ ଅଫିସ ସମେତ ପାତ୍ରପଡା ସ୍ଥିତ ଘର ଓ ପୋଷ୍ଟାଲ କଲୋନୀରେ ରହୁଥିବା କମ୍ପାନୀ ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡାଙ୍କ ଭଡ଼ାଘରେ ମଧ୍ୟ ରେଡ୍‌ କରିଛନ୍ତି ଆୟକର ଅଧିକାରୀ । ଏହାପରେ ମ୍ୟାନେଜରଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ବନ୍ଧା ହେଲେ କୁବେର ଅତିରିକ୍ତ ଉପଜିଲ୍ଲାପାଳ, ଘରୁ ମିଳିଥିଲା ପେଟି ପେଟି ଟଙ୍କା

ମିଳିଥିବା ସୂଚନା ମୁତାବକ, ଏହି ବ୍ୟବସାୟୀଙ୍କ ଭୁବନେଶ୍ୱର ସମେତ ରାଜ୍ୟର 27ଟି ସ୍ଥାନରେ ଆୟକର ବିଭାଗ ରେଡ ଜାରି ରଖିଛି । ଏଯାବତ କେବଳ ପୋଷ୍ଟାଲ କଲୋନୀ ଥିବା ଘରୁ 30 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତି ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଜଗଦୀଶ ନାୟକ ରାଜ୍ୟରେ ଥିବା କିଛି ତୁଙ୍ଗ ନେତାଙ୍କ ସହ ଭଲ ସମ୍ପର୍କରେ ଥିଲେ। ଏପରିକି ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପାଇଁ ଏଥର ଅଣ୍ଟା ଭିଡୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଡିଏନ ଗ୍ରୁପ ଉପରେ ଆୟକର ରେଡ୍: ଭଡ଼ାଘରୁ ନଗଦ ୩୦ କୋଟି ଜବତ, ମ୍ୟାନେଜରଙ୍କୁ ଉଠେଇନେଲେ

2024 ନିର୍ବାଚନ ପାଇଁ ଭୁବନେଶ୍ୱର କିମ୍ବା କେନ୍ଦ୍ରାପଡ଼ାରୁ ଲଢିବା ପାଇଁ ସେ ଆଶାୟୀ ଥିବା କୁହାଯାଉଛି । ଏଥିଲାଗି ସେ ଅନେକ ନେତାଙ୍କ ସହ ବସାଉଠା ଏପରିକି କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସହ ଭଲ ସମ୍ପର୍କରେ ଥିଲେ । ତେବେ ରାଜ୍ୟ ରାଜନୀତିରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ବ୍ୟବସାୟୀଙ୍କ ଘରେ ଏପରି ରେଡ୍‌ ଏବେ ଓଡ଼ିଶାରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ଚଢାଉ ନେଇ ବ୍ୟବସାୟୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଚଢ଼ାଉ ବେଳେ ଆଉ କଣ କଣ ଜବତ ହେଉଛି ତାହା ଦେଖିବାକୁ ବାକି ରହିଛି ।

ପୁର୍ବରୁ ରାଜ୍ୟରେ ଅନେକ ବ୍ୟବସାୟୀଙ୍କ ଘରେ ସେଣ୍ଟ୍ରାଲ ଟିମ୍‌ର ରେଡ୍‌ ହୋଇଛି । କିଛି ଦିନ ତଳେ ଏକ କୋଚିଂ ସେଣ୍ଟର ଉପରେ ଜିଏସଟି ଇଣ୍ଟେଲିଜେନ୍ସ ରେଡ୍‌ କରିଥିଲା । ସେହିପରି ଡିକୋବି ମାର୍ବଲ ଓ ଟାଇଲ ସୋ' ରୁମ ମାଲିକ ଘରେ ମଧ୍ୟ ରେଡ୍‌ ହୋଇଥିଲା । ଏହିପରି ଗୋଟିଏ ପରେ ଗୋଟିଏ ସଂସ୍ଥା ଉପରେ କେନ୍ଦ୍ରୀୟ ସଂସ୍ଥାର‌ ରେଡ୍‌ ସାମ୍ନାକୁ ଆସୁଥିଲେ ମଧ୍ୟ ରେଡ୍‌ ବେଳେ କଣ ଜବତ ହେଉଛି ବା କ'ଣ କାର୍ଯାନୁଷ୍ଠାନ ନିଆଯାଉଛି ତାହାର କିଛି ସଠିକ ସୂଚନା ସାମ୍ନାକୁ ଆସୁନାହିଁ । ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 5, 2023, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.