ଡିଏନ ଗ୍ରୁପ ଉପରେ ଆୟକର ରେଡ୍: ଭଡ଼ାଘରୁ ନଗଦ ୩୦ କୋଟି ଜବତ, ମ୍ୟାନେଜରଙ୍କୁ ଉଠେଇନେଲେ

By

Published : Jul 5, 2023, 8:39 PM IST

Updated : Jul 5, 2023, 9:07 PM IST

thumbnail

ଭୁବନେଶ୍ବର: ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ାଉ । କମ୍ପାନୀ ମାଲିକଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଘରେ ଆୟକର ବିଭାଗ ରେଡ୍‌ କରିଛି । ଟିକସ ଫାଙ୍କିବା ଅଭିଯୋଗରେ ଏକକାଳୀନ ୨୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଡିଏନ ଗ୍ରୁପର ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡାଙ୍କୁ ଆୟକର ବିଭାଗ ଉଠାଇ ନେଇଛି । ସେ ରହୁଥିବା ପୋଷ୍ଟାଲ କଲୋନୀ ସ୍ଥିତ ଭଡ଼ା ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି । ଏଥିସହ ବହୁ ପରିମାଣର ସେଲ ଡିଡ ମଧ୍ୟ ଜବତ ହୋଇଛି । ଆଉ କିଛି ସ୍ଥାନରେ ସମ୍ପତିର ସୁରାକ ପାଇ ତାଙ୍କୁ ସାଥିରେ ଧରି ଚଢାଉ କରୁଛି । ତେବେ ଡିଏନ ଗ୍ରୁପ ଏକ ବଡ ବ୍ୟବସାୟିକ ପ୍ରତିଷ୍ଠାନ । ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ଗ୍ରୁପର ଡିଏନ ଅକ୍ସିପାର୍କ, ଡିଏନ ରେଗାଲିଆ, ଡିଏନ ୱିସଡମ ଭଳି ଅନେକ ବଡବଡ ପ୍ରୋଜେକ୍ଟ ରହିଛି । ସେ ସବୁ ଜାଗାରେ ମଧ୍ୟ ଆୟକର ବିଭାଗ ରେଡ୍‌ କରିଛି । ଏହି କ୍ରମରେ ପଟିଆର ୭ଟି ସ୍ଥାନ ସମେତ କଟକର ବାରଙ୍ଗ,ଚଣ୍ଡି ଛକ, ବକ୍ସିବଜାର ଅଞ୍ଚଳରେ ମଧ୍ୟ ଚଢ଼ାଉ ଜାରି ରହିଛି । 

ଇଟିଭି ଭାରତ, ଭୁବନେଶ୍ବର 

Last Updated : Jul 5, 2023, 9:07 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.