ETV Bharat / state

ବନ୍ଧା ହେଲେ କୁବେର ଅତିରିକ୍ତ ଉପଜିଲ୍ଲାପାଳ, ଘରୁ ମିଳିଥିଲା ପେଟି ପେଟି ଟଙ୍କା

author img

By

Published : Jun 24, 2023, 1:51 PM IST

Updated : Jun 24, 2023, 2:08 PM IST

nabarangpur additional sub collector arrested
nabarangpur additional sub collector arrested

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ । ଆୟ ଠାରୁ ରଖିଥିଲେ ଅଧିକ ସମ୍ପତ୍ତି । ଅଧିକ ପଢନ୍ତୁ

ସୁନ୍ଦରଗଡ: ବନ୍ଧା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ସେଲ ଏସପି ଏମ ରାଧାକ୍ରିଷ୍ଣନ । ଆୟ ଠାରୁ ଅଧିକ ୫୦୦ ପ୍ରତିଶତ ସଂପତ୍ତି ଠାବ ହୋଇଛି । ଗତକାଲି ପ୍ରଶାନ୍ତଙ୍କ ଘରୁ ବାହାରିଥିଲା ପେଟି ପେଟି ଟଙ୍କା । ଯାହା ଭିଜିଲାନ୍ସ ଅଧିକାରୀଙ୍କୁ ଚକିତ କରିଥିଲା । ଟଙ୍କା ଗଣି ଗଣି ନୟାନ୍ତ ହୋଇଥିଲେ ଅଧିକାରୀ । ମୋଟ ୫ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଥିବା ସୂଚନା ମିଳିଛି।

ସୁନ୍ଦରଗଡରୁ ସରକାରୀ ବାବୁ ଜଣଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ୩ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଭୁବନେଶ୍ବରରେ ଘର ଠାବ ହୋଇଛି । ୫ଟି ପ୍ଲଟ, ୨ଟି ଇନୋଭା ଓ ମାରୁତି କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । ବେନାମୀ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନେଣଦେଣ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର, ଭୁବନେଶ୍ବର, ଭଦ୍ରକ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିବାରୁ ଚଢାଉ କରିଥିଲା ଭିଜିଲାନ୍ସ । ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ ଜିଲ୍ଲା ବିଶ୍ରାରେ ବିଡ଼ିଓ ଥିବା ସମୟରେ 1 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଥିଲେ । ଚଢାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-Vigilance Raid: ପଡ଼ିଶା ଘରେ ଟଙ୍କା ପେଟି ଲୁଚାଇଥିଲେ ଉପଜିଲ୍ଲାପାଳ, ୨ କୋଟି ଠାବ

ଭୁବନେଶ୍ବର କାନନ ବିହାର ସ୍ଥିତ HIG-115 ଘରେ ଚଢାଉ ସମୟରେ ସରକାରୀ ବାବୁଙ୍କ ଠାରୁ ପେଟି ପେଟି ଟଙ୍କା ଜବତ ହୋଇଥିଲା । ଟଙ୍କା ବିଡା ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ଉପଜିଲ୍ଲାପାଳ ପଡୋଶୀ ଘରେ ୫ରୁ ୬ ପେଟି ଟଙ୍କା ଲୁଚାଇ ଦେଇଥିଲେ । ଏହାକୁ ଭିଜିଲାନ୍ସ ଅଧିକାରୀ ଠାବ କରିଥିଲେ । ଏହି ପେଟିରୁ ପୁଳା ପୁଳା ଟଙ୍କା ବଣ୍ଡଲ ସହ ଅନେକ ବ୍ୟାଙ୍କ ପାସବୁକ ଓ ଇନସୁରାନ୍ସ ବଣ୍ଡ ଠାବ ହୋଇଥିଲା । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ ।

ନବରଙ୍ଗପୁର ଉପଜିଲ୍ଲାପାଳ ଦାୟିତ୍ବରେ ରହିବା ପରେ ତାଙ୍କର ଦୁର୍ନୀତିରେ ଅତିଷ୍ଠ ହୋଇପଡ଼ିଥିଲେ ଜନସାଧାରଣ । ଉପଜିଲ୍ଲାପାଳଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ପରିଶେଷରେ ପୁଣିଥରେ ସେ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ । ଆଉ ଏବେ ଗିରଫ ହୋଇ ଜେଲ ଯାଇଛନ୍ତି ଅତିରିକ୍ତ ଉପଜିଲ୍ଲାପାଳ।

Last Updated :Jun 24, 2023, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.