ETV Bharat / state

Vigilance Raid: ପଡ଼ିଶା ଘରେ ଟଙ୍କା ପେଟି ଲୁଚାଇଥିଲେ ଉପଜିଲ୍ଲାପାଳ, ୨ କୋଟି ଠାବ

author img

By

Published : Jun 23, 2023, 11:31 AM IST

Updated : Jun 23, 2023, 12:43 PM IST

ଭିଜିଲାନ୍ସ ଭୟରେ ୫ ପେଟି ଟଙ୍କା ନେଇ ପଡିଶା ଘରେ ଲୁଚାଇଥିଲେ ଉପଜିଲ୍ଲାପାଳ । ମିଳିଲା ୨ କୋଟି ନଗଦ ଟଙ୍କା । ଅଧିକ ପଢନ୍ତୁ

Vigilance raid on Malkangir sub collector properties
Vigilance raid on Malkangir sub collector properties

ଭୁବନେଶ୍ବର: ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଟଙ୍କା ଖଣି ! ଭିଜିଲାନ୍ସ ରେଡ୍ ବେଳେ ମିଳିଲା ବିଡା ବିଡା ନୋଟ । ଏତେ ଟଙ୍କା ଯେ, ଯେତେ ଗଣିଲେ ଗଣା ସରୁନି । ହାତରେ ଗଣି ଗଣି ଥକିଯିବା ପରେ ଟଙ୍କା ଗଣା ମେସିନ ମଗାଇଛି ଭିଜିଲାନ୍ସ ଟିମ୍ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ବର କାନନ ବିହାର ସ୍ଥିତ HIG-115 ଘରେ ଆଜି ଚଢାଉ ସମୟରେ ସରକାରୀ ବାବୁଙ୍କ ଟଙ୍କା ବିଡା ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ଉପଜିଲ୍ଲାପାଳ ନିଜ ପଡୋଶୀ ଘରେ ୫ରୁ ୬ ପେଟି ଟଙ୍କା ଲୁଚାଇ ଦେଇଥିଲେ । ଏହାକୁ ଭିଜିଲାନ୍ସ ଅଧିକାରୀ ଠାବ କରିଛନ୍ତି । ବର୍ତ୍ତମାନ ଟଙ୍କା ଗଣା ଜାରି ରହିଛି ।

nabarangapur sub collector
nabarangapur sub collector

ସୂଚନାଯୋଗ୍ୟ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଆଜି ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର, ଭଦ୍ରକ, ଭୁବନେଶ୍ବର ସମେତ ୯ଟି ସ୍ଥାନରେ ଚଢାଉ କରିଛି । ଏହି କ୍ରମରେ ଭୁବନେଶ୍ବର କାନନ ବିହାର ସ୍ଥିତ HIG-115 ଘରେ ରେଡ୍ ହୋଇଛି । ତେବେ ଉପଜିଲ୍ଲାପାଳ ଭିଜିଲାନ୍ସକୁ ଦେଖି ଭୟରେ ୪ରୁ ୫ ପେଟି ଟଙ୍କା ଓ ଡକ୍ୟୁମେଣ୍ଟ ଭର୍ତ୍ତି ପେଟି ନେଇ ପଡି଼ଶା ଘରେ ଲୁଚାଇ ଦେଇଥିଲେ । ହେଲେ ପଡିଶା ଘରେ ପଶି ଟଙ୍କା ପେଟି ଉଠାଇ ଆଣିଛି ଭିଜିଲାନ୍ସ । ଏହି ପେଟିରୁ ପୁଳା ପୁଳା ଟଙ୍କା ବଣ୍ଡଲ ସହ ଅନେକ ବ୍ୟାଙ୍କ ପାସବୁକ ଓ ଇନସୁରାନ୍ସ ବଣ୍ଡ ଠାବ ହୋଇଛି । ଭିଜିଲାନ୍ସ ଅଧିକାରୀ ପ୍ରଥମେ ହାତରେ ୨ କୋଟି ଟଙ୍କା ଯାଏଁ ଗଣିଥିବା ବେଳେ ଆହୁରି ନୋଟ ଥିବାରୁ ଟଙ୍କା ଗଣା ମେସିନ ମଗାଇଛନ୍ତି ।

Vigilance raid on Malkangir sub collector properties
Vigilance raid on nabarangapur sub collector properties

ଏହାସହିତ ଉପଜିଲ୍ଲାପାଳଙ୍କ କିଛି ବ୍ୟାଙ୍କ ଲକର ମଧ୍ୟ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ତେଣୁ ଟିମ୍ ବ୍ୟାଙ୍କକୁ ଯାଇ ଛାନଭିନ୍ ଜାରି ରଖିଛନ୍ତି । ତେବେ ଉପଜିଲ୍ଲାପାଳଙ୍କ ଏତେ ପରିମାଣର ଟଙ୍କା ଦେଖି ସେ ଡିଜିଟାଲ ମୁଦ୍ରା ବା କ୍ରିଫ୍ଟୋରେ ବିନିଯୋଗ କରିଥାଇ ପାରନ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଛି । ସେଥିପାଇଁ ସାଇବର ଏକ୍ସପର୍ଟ ଜରିଆରେ ଛାନଭିନ୍ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍

Vigilance raid on nabarangapur  sub collector properties
Vigilance raid on nabarangapur sub collector properties

ପ୍ରଶାନ୍ତ ରାଉତଙ୍କ କେବଳ ଭୁବନେଶ୍ଵର କାନନ ବିହାରରେ ଦୁଇ ମହଲା ବିଳାସମୟ କୋଠା ଠାବ ହୋଇଛି । ବର୍ତ୍ତମାନ ତାଙ୍କର ନବରଙ୍ଗପୁର ସ୍ଥିତ ବାସଭବନ ଓ ଅଫିସ, ଭଦ୍ରକରେ ଥିବା ପୈତୃକ ସମେତ ମୋଟ ୯ଟି ସ୍ଥାନରେ‌ ରେଡ୍ ଚାଲିଛି । ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଭିଜିଲାନ୍ସ ସୂଚନା ମୁତାବକ, ଏଯାବତ୍ ପ୍ରଶାନ୍ତଙ୍କ ଭୁବନେଶ୍ବର ସ୍ଥିତ ଘରୁ ୨କୋଟି ଟଙ୍କାର‌ ନଗଦ ଟଙ୍କା ଠାବ ହୋଇଛି । ଆହୁରି ଟଙ୍କା ବାକି ଥିବାରୁ ଟଙ୍କା ଗଣା ମେସିନର ସାହାରା ନିଆଯାଇଛି । ନଗଦ ଟଙ୍କା ସହ ଘରୁ ଅନେକ ସୁନା ଅଳଙ୍କାର ମଧ୍ୟ ଠାବ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 23, 2023, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.