ETV Bharat / state

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ, ମାଆର ଜୀବନ ନେଲା ମଦୁଆ ପୁଅ - Son Kills Mother

author img

By ETV Bharat Odisha Team

Published : May 16, 2024, 6:18 PM IST

Updated : May 16, 2024, 9:02 PM IST

Son Kills Mother: ଟଙ୍କା ଆଗରେ ତୁଚ୍ଛ ହେଲା ମା’ର ମମତା । ଟଙ୍କା ପାଇଁ ମା’ର ଜୀବନ ନେଲା ପୁଅ । ବଲାଙ୍ଗୀରରେ ଘଟିଛି ଏଭଳି ଦୁଃଖଦ ଘଟଣା । ପଢନ୍ତୁ ପୁରା ଖବର ।

ମାଆର ଜୀବନ ନେଲା ମଦୁଆ ପୁଅ
ମାଆର ଜୀବନ ନେଲା ମଦୁଆ ପୁଅ (ETV Bharat Odisha)

ମାଆର ଜୀବନ ନେଲା ମଦୁଆ ପୁଅ (ETV Bharat Odisha)

ବଲାଙ୍ଗୀର: ଜନ୍ମ କଲା ମାଆର ତଣ୍ଟି ଚିପି ହତ୍ୟା କଲା ସୈତାନ୍ ମଦୁଆ ପୁଅ । ଅଭିଯୋଗ ପରେ ଅଭିଯୁକ୍ତ ପୁଅକୁ ଗିରଫ କରି ପୋଲିସ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ସୁଦପଡ଼ାରୁ ଅଞ୍ଚଳରେ । ମୃତକ ଜଣକ ହେଲେ ଗୀତାଦେବୀ ଅଗ୍ରୱାଲ । ତେବେ ଖବର ପାଇ ପୋଲିିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନୁସାରେ ଗତ 11 ତାରିଖରେ ସୁଦପଡ଼ା ଠାରେ ରହୁଥିବା ଗୀତାଦେବୀ ଅଗ୍ରୱାଲଙ୍କ ମୃତଦେହ ଘରେ ପଡିଥିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଯାହାପରେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିଲା । ସେପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ପୋଲିସ ଏହାର ତଦନ୍ତ କରିବା ପରେ ଏଥିରେ ମହିଳାଙ୍କ ପୁଅ ମନୋଜ କୁମାର ଅଗ୍ରୱାଲ ହିଁ ଅଭିଯୁକ୍ତ ବୋଲି ସୂଚନା ପାଇଥିଲା । ସେହିପରି ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଅଭିଯୁକ୍ତ ହତ୍ୟାକରୀ ପୁଅକୁ ପୋଲିସ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ ......ସୀତାପୁରରେ ଚାଞ୍ଚଲ୍ୟ; ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କଲା ଯୁବକ, ପରେ ହାରିଲେ ଜୀବନ - Sitapur Murder

ଏହା ମଧ୍ୟ ପଢନ୍ତୁ.....ରାଜନୈତିକ ହିଂସା ଘଟଣା; 8 ଗିରଫ, 144 ଧାରା ଜାରି, ରାଜନୀତିରେ ହିଂସାର ସ୍ଥାନ ନାହିଁ କହିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ - Violence In Khallikote

ତେବେ ଅଭିଯୁକ୍ତ ନିଜେ ତାର ମାଆଙ୍କୁ ମାଡ ମାରିବା ସହ ଗଲା ଚିପି ହତ୍ୟା କରିଥିବାର ପୋଲିସ ସୂଚନା ଦେଇଛି । ଅଭିଯୁକ୍ତକୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଯୋଗ୍ୟ, ଅଭିଯୁକ୍ତ ପୁଅ ଜଣକ ମଦ୍ୟପ ଥିଲା । ମୃତକ ଜଣକ ପୂଜା ସାମଗ୍ରୀ ଘରେ ତିଆରି କରି ଘର ଚଳାଉ ଥିଲେ । ଅଭିଯୁକ୍ତ ଜଣକ ଟଙ୍କା ପାଇଁ ମାଆକୁ ମାଡ଼ ମାରିବା ସହ ଶେଷରେ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣାକୁ ସାଧାରଣରେ ଲୋକେ ନିନ୍ଦା କରିଛନ୍ତି । ଜନ୍ମ କଲା ମାଆକୁ ମଦ ପିଇବା ପାଇଁ ଟଙ୍କା ମାଗି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସେପଟେ ଅଭିଯୁକ୍ତ କଡ଼ା ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ସମ୍ପର୍କୀୟ ଲୋକେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 16, 2024, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.