Watch: ରାଉରକେଲାରେ ଜମୁଛି ଲକ୍ଷ୍ମୀପୂଜା, ପେଣ୍ଡାଲରେ ଚମକୁଛି ଭାରତର ଐତିହ୍ୟ

By ETV Bharat Odisha Team

Published : Nov 3, 2023, 3:09 PM IST

thumbnail

ରାଉରକେଲା: ସୁନ୍ଦରଗଡରେ ଜମୁଛି ଗଜଲକ୍ଷ୍ମୀ ପୂଜା । ରାତି ହେଲେ ଚିକମିକ ଆଲୁଅରେ ଝଲସି ଉଠୁଛି ସହରର ଗଳି କନ୍ଦି । ଚଳିତ ବର୍ଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ରାଉରକେଲା ସେକ୍ଟର 17 ଲକ୍ଷ୍ମୀପୂଜା ପେଣ୍ଡାଲ । ଯାହା ଲୋକଙ୍କ ହୃଦୟକୁ ଛୁଇଁଛି । ଭାରତର ଐତିହ୍ୟକୁ ନେଇ ପେଣ୍ଡାଲ ତିଆରି ହୋଇଛି । ଯେଉଁଥିରେ ବିଭିନ୍ନ ରାଜ୍ୟରେ ପ୍ରଚଳିତ ନୃତ୍ୟ ଓ ଦର୍ଶନୀୟ ସ୍ଥାନକୁ ଏଠାରେ ସ୍ଥାନିତ କରାଯାଇଛି । ପେଣ୍ଡାଲରେ ପାରମ୍ପରିକ ନୃତ୍ୟର ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । କଣ୍ଡେଇ ମାଧ୍ୟମରେ ନୃତ୍ୟର ପ୍ରତିଫଳିତ କରାଯାଇଛି । ସେହିପରି ଲକ୍ଷ୍ମୀପୂଜା ପେଣ୍ଡାଲରେ ଭାରତର ଐତିହାସିକ ସ୍ଥାନ ଗୁଡିକୁ ପ୍ରଦର୍ଶିତ କରାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର, ଲୋଟସ ମନ୍ଦିର, ଇଣ୍ଡିଆ ଗେଟ୍ ଏବଂ ତାଜମହଲ ଭଳି ପ୍ରସିଦ୍ଧ ସ୍ଥାନ ଗୁଡିକୁ ଏଠାରେ ଚିତ୍ରିତ କରାଯାଇଛି । ଯାହା ଦେଖେଣାହାରୀଙ୍କୁ ବେଶ ଆକର୍ଷିତ କରୁଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.