ETV Bharat / state

ଲକ୍ଷ୍ମୀଙ୍କ ପୂଜାରେ ଜଗା କାଳିଆ ମେଢ଼, ବୁଲି ଦେଖିବାକୁ ଜାଗମରାରେ ଭିଡ

author img

By ETV Bharat Odisha Team

Published : Nov 2, 2023, 8:20 PM IST

ଜାଗମରା ଧୁମଧାମରେ ପାଳନ ହେଉଛି ଗଜଲକ୍ଷ୍ମୀ ପୂଜା । ମଣ୍ଡପରେ ମା' ଲକ୍ଷ୍ମୀଙ୍କ ସହ ପୂଜା ପାଉଛନ୍ତି କାଳିଆ ଠାକୁର । ଅଧିକ ପଢନ୍ତୁ

ଧନଧାତ୍ରୀଙ୍କ ଧରାବତରଣ ,ଲକ୍ଷ୍ମୀଙ୍କ ସହ ପୂଜା ପାଉଛନ୍ତି ଜଗନ୍ନାଥ
ଧନଧାତ୍ରୀଙ୍କ ଧରାବତରଣ ,ଲକ୍ଷ୍ମୀଙ୍କ ସହ ପୂଜା ପାଉଛନ୍ତି ଜଗନ୍ନାଥ

ଧନଧାତ୍ରୀଙ୍କ ଧରାବତରଣ ,ଲକ୍ଷ୍ମୀଙ୍କ ସହ ପୂଜା ପାଉଛନ୍ତି ଜଗନ୍ନାଥ

ଭୁବନେଶ୍ୱର: ଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି ଧନଧାତ୍ରୀଙ୍କ ପୂଜା । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ଫାଠି ପଡୁଛି ପୂଜା ମଣ୍ଡପ । ଭୁୁବନେଶ୍ୱରର ଜାଗମରା ପୂଜା ମଣ୍ଡପରେ ମା' ଲକ୍ଷ୍ମୀଙ୍କ ସହ ପ୍ରଭୁ କାଳିଆ ଠାକୁର ପୂଜା ପାଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ ।

ଜାଗମରା ମେଳଣ ପଡ଼ିଆରେ ଏମିତି କିଛି ନିଆରା ଢଙ୍ଗରେ ପୂଜା ପାଉଛନ୍ତି ମା' । ମା'ଲକ୍ଷ୍ମୀଙ୍କ ସହ କାଳିଆ ଠାକୁର ମେଢ ଦେଖିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଏଠାରେ ପ୍ରଥମ ଥର ପାଇଁ ମା'ଙ୍କ ପୂଜା ଆୟୋଜନ କରାଯାଇଛି । ଏଠାରେ କେବଳ ମା'ଙ୍କ ମେଢ ଦର୍ଶନ ନୁହେଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ମା'ଙ୍କର ସେହି ଅନନ୍ୟ ଅନୁଭୂତି ଗୋଟିଏ ପୂଜା ମଣ୍ଡପରେ ନେଉଛନ୍ତି ଭକ୍ତ । କାରଣ ଓଡିଆଙ୍କର ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ ଯାହାଙ୍କର ଘରଣୀ ମା'ଲକ୍ଷ୍ମୀ ଠାକୁରାଣୀ । ତେଣୁ ଏଠାରେ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ପୂଜା କରାଯାଇଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ପୂଜା କମିଟି ଦ୍ୱାରା ଏଭଳି ମେଢ କରି ବେଶ ଚର୍ଚ୍ଚାରେ ରହିଛି । ଏଠାରେ ପରମ୍ପରା ରୀତିନୀତିରେ ଅନୁସାରେ ଜାରି ରହିଛି ପୂଜାର୍ଚ୍ଚନା । ସବୁଠୁ ବଡ଼ କଥା ହେଲା ଏହି ପୂଜା କମିଟିରେ କେବଳ ପୁରୁଷମାନେ ସଦସ୍ୟ ନୁହଁନ୍ତି ବରଂ ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି ପୂଜାର୍ଚ୍ଚନା କରୁଛନ୍ତି । ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ କଳସ ଯାତ୍ରାର ଅୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ଧନଧାତ୍ରୀଙ୍କ ଧରାବତରଣ, ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଏଠାରେ ସନ୍ଧ୍ୟା ହେଲେ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ମେଳଣ ପଡିଆରେ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ କମିଟି ତରଫରୁ ଆୟୋଜନ କରାଯାଉଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଛୋଟ ପିଲାଙ୍କ ପାଇଁ ଆକର୍ଷଣ ପାଲଟିଛି ମୀନା ବଜାର ସାଙ୍ଗୁ ବିଭିନ୍ନ ଦୋଳି । ଏନେଇ ପୂଜା କମିଟି ପକ୍ଷରୁ ମଧ୍ୟ ବେଶ ଆଗ୍ରହର ପ୍ରକାଶ ପାଇଛି । ପୂଜା କମିଟି ତରଫରୁ ଶାନ୍ତି ଶୃଙ୍ଖଳାର ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ବିଶେଷ କରି ପୂଜା ମାହୋଲରେ ଲୋକଙ୍କ କିପରି ଚୋରି ଛିନତାଇରୁ ରକ୍ଷା ପାଇବେ ସେନେଇ ଅପରାଧିକ ଗତିବିଧି ଉପରେ ନଜର ରଖାଯାଉଛି ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ.....କୁମାର ଉତ୍ସବ-2023ର ଶେଷ ସନ୍ଧ୍ୟା, 'ଫୁଲ ବଉଳବେଣୀ' ଗୀତରେ ଝୁମିଲେ ଦର୍ଶକ

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.