କନ୍ଧମାଳରେ କଂଗ୍ରେସର ଜନଜାଗରଣ ପଦଯାତ୍ରା, ଘରେ ଘରେ ପହଞ୍ଚୁଛି ହାତ

By ETV Bharat Odisha Team

Published : Oct 15, 2023, 10:58 PM IST

thumbnail

ଫୁଲବାଣୀ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି 'ଘରେ ଘରେ ହାତ' ଅଭିଯାନ । ଆଜି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ତରଫରୁ ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । AICC ଓ PCC ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଏହି କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କ ଅପାରଗତାକୁ ପ୍ରସଙ୍ଗ କରିଛି ଦଳ । ଏହାକୁ ନେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ଦଳ । 

ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ଜିଲ୍ଲା ସଭାପତି ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦଳ ବିଜୟ ହାସଲ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦେଇଥିଲେ ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିରିଷ୍ଠ ନେତାଙ୍କ ସମେତ ଅଞ୍ଚଳର ୫୦୦ରୁ ଅଧିକ କଂଗ୍ରେସ ପ୍ରେମୀ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ୨୨ ବର୍ଷରେ ଚାଲିଥିବା ମହାଦୁର୍ନୀତି ସମ୍ବନ୍ଧରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କଂଗ୍ରେସର ଅତୀତର ସୁଶାସନକୁ ଲୋକଙ୍କ ନିକଟରେ ଉପସ୍ଥାପନ କରିଥିଲେ । କେନ୍ଦ୍ର ଓ ରାଜ୍ୟ କିପରି ଲୋକଙ୍କୁ ଲୁଟୁଛନ୍ତି ତାର ଗୁମର ଜନସାଧାରଣ ଆଗରେ ଖୋଲିବ କଂଗ୍ରେସ ବୋଲି ସଭାପତି କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.