ଆଜି ଗର୍ଭଣା ସଂକ୍ରାନ୍ତି, ଭଲ ଫସଲ ଅମଳ ପାଇଁ ବିଲ ହୁଡ଼ାରେ ଭୋଗ ଲଗାଇଲା ଚାଷୀ

By ETV Bharat Odisha Team

Published : Oct 18, 2023, 12:31 PM IST

thumbnail


ଖୋର୍ଦ୍ଧା: ଆଜି(ବୁଧବାର) ହେଉଛି ପବିତ୍ର ଗର୍ଭଣା ସଂକ୍ରାନ୍ତି । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଓଡ଼ିଶାର କୃଷିଭିତ୍ତିକ ପର୍ବ ମଧ୍ୟରୁ ଏହା ଅନ୍ୟତମ । ତେବେ ଏହି ସମୟରେ ଧାନରୁ କେଣ୍ଡା ବାହାରିବା ଆରମ୍ଭ ହୋଇଥାଏ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରତ୍ୟେକ ଓଡ଼ିଆଙ୍କ ବିଶ୍ବାସ ରହିଛି । ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି ।

ଏହାମଧ୍ୟ ପଢନ୍ତୁ..ଅଦିନିଆ ବର୍ଷା ଯୋଗୁଁ କମିଛି ଆଳୁ ଉତ୍ପାଦନ, ଚାଷୀ କ୍ଷତିଗ୍ରସ୍ତ

ଏହି ପରମ୍ପରା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କ୍ଷେତର ହିଡ଼ରେ ଚୁଲି ଖୋଳି ଜାଉ ଭୋଗ ପ୍ରସ୍ତୁତ କରାଯାଇଛି । କ୍ଷୀର, ନଡ଼ିଆ ଓ ଚାଉଳରେ ଏହି ଭୋଗ ପ୍ରସ୍ତୁତ କରିଥାଏ ଚାଷୀ । ନିଜ ଫସଲକୁ ସୁରକ୍ଷିତ ଏବଂ ଅଧିକ ଅମଳ ଲକ୍ଷ୍ୟରେ ନିଜ ଜମିରେ ମା' ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଜାଉ ଭୋଗ ଲାଗି କରିଛନ୍ତି ଚାଷୀ । ସବୁ ଚଷା ପୁଅ ତାର କ୍ଷେତ ହୁଡ଼ାରେ ଏହି ପୂଜା କରିଥାଏ । ଅନ୍ୟପଟେ କ୍ଷେତ ହିଡ଼ରେ କାଠ ଜାଳିବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ବିଲକୁ ଯାଇଥାଏ ଯାହାଦ୍ବାରା ଧାନ ଫସଲକୁ କ୍ଷତି ପହଞ୍ଚାଇଥିବା କୀଟଙ୍କର ବିନାଶ ହୋଇଥାଏ ବୋଲି କୁହାଯାଏ । 

ଏହାମଧ୍ୟ ପଢନ୍ତୁ...ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ପ୍ରଭାବିତ ହେଉଛି କୃଷି କାର୍ଯ୍ୟ

ତେବେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ପାଇଁ ଚିନ୍ତାରେ ପଡ଼ିଛି ଚାଷୀ । ଗର୍ଭଣା ସଂକ୍ରାନ୍ତି ବେଳକୁ ଆଗ ଓ ପଛ ବୁଣା ସମସ୍ତ ଧାନଗଛ ଗର୍ଭଧାରଣ କରି ସାରିଥାଏ । ଧାନ ଗଛରେ ଫୁଲ ଧରେ ଓ କେଣ୍ଡା ବାହାରେ । ପାର୍ବଣ ଋତୁରେ ଚାଷୀର ମୁଖ୍ୟ ପର୍ବ ଗର୍ଭଣା ସଂକ୍ରାନ୍ତି ହୋଇଥିବା ବେଳେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଧାନ ଚାଷକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୁଳ । ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ତଳି ପଡ଼ିବାରେ ବିଳମ୍ବ ହୋଇଥିଲା । ଗଣେଶ ପୂଜା ପର୍ଯ୍ୟନ୍ତ ଧାନ ରୁଆ ଚାଲିଥିଲା । ଏବେ ପୁଣି ବର୍ଷା ଅଭାବ ଦେଖାଦେଇଛି । ଯାହାଫଳରେ ଧାନ ବିଲ ଫାଟି ଆଁ କରିଛି ।
 

ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.