ETV Bharat / state

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ପ୍ରଭାବିତ ହେଉଛି କୃଷି କାର୍ଯ୍ୟ

author img

By ETV Bharat Odisha Team

Published : Oct 15, 2023, 2:25 PM IST

ବର୍ଷାର ଅଭାବରେ ଚାଷ ଜମି ମାଟି ଫାଟି ଆଁ କରିଛି । ନୂଆପଡ଼ା ଜିଲ୍ଲାରେ ବର୍ଷା ଉଭାନ ଯୋଗୁଁ ଚିନ୍ତାରେ ଚାଷୀକୂଳ । ଅଧିକ ପଢ଼ନ୍ତୁ

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ
ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ନୂଆପଡା: ଜିଲ୍ଲାରେ ବର୍ଷା ଉଭାନ । ବର୍ଷାର ଅଭାବରେ ଚାଷ ଜମିର ମାଟି ଫାଟି ଆଁ କରିବା ସହିତ ଗଜାମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ଷା ଋତୁରେ ବର୍ଷା ନ ହେବାରୁ ମୁଣ୍ତରେ ହାତ ଦେଇଛନ୍ତି ଚାଷୀ । ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଉଭାନ ହୋଇଯାଇଥିବା ବେଳେ ଚାଷ କାର୍ଯ୍ୟ କିଭଳିହେବ ସେନେଇ ଚିନ୍ତାରେ ଚାଷୀକୂଳ ।

ତେବେ ଜିଲ୍ଲାର ସିନାପାଲି ବ୍ଲକ କେନ୍ଦୁମୁଣ୍ଡା, ଘାଟମାଲ , ନଙ୍ଗଲ ବୋଡ଼, ନୂଆମାଲପଡ଼ା ଆଦି ୪ଗୋଟି ଗ୍ରାମପଞ୍ଚାୟତରେ ଆଗୁଆ ବୃଷ୍ଟିପାତ ନହେବା କାରଣରୁ ଭୟାବହ ମରୁଡ଼ି ସ୍ଥିତି ଦେଖା ଦେଇଛି । ବର୍ଷା ଅଭାବ କାରଣରୁ ଉପଯୁକ୍ତ ସମୟରେ ରୁଆ ବେଉଷଣ ହୋଇପାରି ନାହିଁ । ଫଳରେ ଜମି ଶୁଖି ଆଁ କରିଛି । ୪ ଗୋଟି ଗ୍ରାମପଞ୍ଚାୟତର ଏକାଧିକ ଗାଁରେ ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଗଛଗୁଡ଼ିକ ଶୁଖି ପାଳ ହୋଇ ଯାଇଛି । ଫଳରେ ଚିନ୍ତାରେ ଚାଷୀ । ଅନ୍ୟପକ୍ଷରେ ଅର୍ଣ୍ଣଦାତା ଚାଷୀ ମହାଜନ, ବ୍ୟାଙ୍କ ଋଣକରି କିଆରୀରେ ଧାନ ଫସଲ କରିଛି । ଫସଲ ନଷ୍ଟ ହେବାପରେ ଋଣ ପରିଶୋଧ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛି ଚାଷୀ ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ଉଭାନ ବର୍ଷା: ଛୁଟିରେ କୃଷି ଅଧିକାରୀ, ଚିନ୍ତାରେ ଚାଷୀ

ତେବେ କ୍ଷତିଗ୍ରସ୍ତ ଧାନ ବିଲରେ ଗାଈ ବଳଦ ଚରାଇ ସରକାରୀ ସହାୟତା ପାଇଁ ଚାଷୀ ଦାବି କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ କିମ୍ବା ସରକାର କ୍ଷତିଗ୍ରସ୍ତ ଚାଷ ଜମିକୁ ଅନୁଧ୍ୟାନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ସମୂହ ଚାଷୀ ଦାବି କରିଛନ୍ତି । ଯଦି ଦାବି ପୂରଣ ନ ହୁଏ ଚାଷୀମାନେ ରାଜ୍ୟ ବାହାରକୁ ଦାଦନ ଯିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି । ସେହିପରି କେନ୍ଦୁମୁଣ୍ଡା, ଘାଟମାଲ, ନଙ୍ଗଲବୋଡ଼, ନୂଆମାଲପଡ଼ା ଅଞ୍ଚଳରେ ଚାଷୀ ମୁହଁରେ ହସ ଫୁଟାଇବା ପାଇଁ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ତେବେ ଆଗକୁ କୃଷି ଅଧିକାରୀ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ସହାୟତା ଯୋଗାଇବାରେ ସହାୟକ ହେବେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.