Watch: ପାଣି ଘେରରେ ଭଟ୍ଟାରିକା ମନ୍ଦିର, ରତ୍ନଗିରି ପାହାଡ଼କୁ ମା'ଙ୍କ ପ୍ରତିମା ସ୍ଥାନାନ୍ତର

By ETV Bharat Odisha Team

Published : Sep 16, 2023, 12:52 PM IST

thumbnail

କଟକ: ଭଟ୍ଟାରିକା ମନ୍ଦିରରେ ପଶିଲା ମହାନଦୀର ବନ୍ୟାଜଳ । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ଭିତରେ ମହାନଦୀର ଦ୍ୱିତୀୟ ବନ୍ୟାଜଳ ପଶିଛି । ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ପ୍ରାୟ ଏକ ଫୁଟର ବନ୍ୟାଜଳ ମନ୍ଦିର ଭିତରେ ପଶିଥିବା ଦେଖିବାକୁ ମିଳିଛି । ପ୍ରତିଥର ପରି ଏଥର ମଧ୍ୟ ରାତ୍ରରୁ ମା'ଙ୍କର ଚଳନ୍ତି ପ୍ରତିମାକୁ ସେବାକମାନେ ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ମନ୍ଦିର ନିକଟ ରତ୍ନଗିରି ପାହାଡ଼ରେ ମାଙ୍କ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି ।

ଏହା ବି ପଢନ୍ତୁ...କଣ୍ଟାମାଳ ବୁଡ଼ାଇଲା ତେଲନଦୀର ବନ୍ୟାଜଳ, ବର୍ଷା କମିବାରୁ ଆଶ୍ବସ୍ତି

ମା'ଙ୍କର ପୂଜା ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ମା'ଙ୍କ ପୂଜା ରୀତି ନୀତି ଅନୁଯାୟୀ ସମାପନ ହେଉଛି । ସୁରକ୍ଷା ଦୃଷ୍ଟିରୁ ମା'ଙ୍କ ମନ୍ଦିରରେ ଲାଗିଥିବା ସମସ୍ତ କବାଟ ଖୋଲି ଦିଆଯାଇଛି । ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରି ନପାରି ଫେରିଯାଉଛନ୍ତି । ଆଉ କେତେକ ଭକ୍ତ ପାହାଡ଼ ଚଢି ମା'ଙ୍କ ଦର୍ଶନ କରୁଛନ୍ତି । ମା'ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଗତ ବନ୍ୟା ସମୟରେ ମା'ଙ୍କ ମନ୍ଦିରରେ 5 ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.