ହୀରାକୁଦରେ ପୁଣି ଖୋଲିଲା ଗେଟ, 6ଟି ଗେଟରେ ଚାଲିଛି ବନ୍ୟା ଜଳ ନିଷ୍କାସନ

By ETV Bharat Odisha Team

Published : Sep 21, 2023, 9:29 PM IST

thumbnail

ସମ୍ବଲପୁର: ପୁଣି ହୀରାକୁଦରେ ଖୋଲିଲା ଗେଟ ।  ବିଗତ କିଛି ଦିନ ତଳେ ହୀରାକୁଦର ସବୁ ଗେଟ ବନ୍ଦ କରିଦିଆଯାଇଥିବା ବେଳେ ଆଜି ହୀରାକୁଦ ଡ୍ୟାମ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣ ହେବା ସ୍ଥିତିକୁ ପହଞ୍ଚିବାରୁ ଜଳ ସ୍ତରକୁ ହ୍ରାସ କରିବା ପାଇଁ ପୁଣି ପର୍ଯ୍ୟାୟ କ୍ରମରେ ୬ଟି ଗେଟ ଖୋଲାଯାଇଛି । ହୀରାକୁଦର ବାମ ପାର୍ଶ୍ଵରୁ ୪ଟି ଓ ଡାହାଣ ପାର୍ଶ୍ଵରୁ ୨ଟି ଗେଟ ଖୋଲାଯାଇଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଆଜି ଏହାର ଜଳସ୍ତର ୬୨୯ ଫୁଟରୁ ଅଧିକ ହୋଇ ଯିବାରୁ ୬ଟି ଗେଟ ଖୋଲିବାକୁ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଗେଟ ଖୋଲିବାର ୨ ଘଟଣା ପୂର୍ବରୁ ସାଇରନ ବଜାଯିବା ସହ ଲୋକଙ୍କୁ ସତର୍କ କରାଯାଇଥିଲା ଓ ନଦୀ ଭିତରକୁ ନଯିବା ପାଇଁ କୁହାଯାଇଥିଲା । ସୂଚନା ଥାଉ କି ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୧,୧୧,୧୧୩ କ୍ୟୁସେକ ବନ୍ୟା ଜଳ ଜଳ ଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ ସେକେଣ୍ଡ ପ୍ରତି ୧,୩୭,୭୦୩ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ଆଗକୁ ଆହୁରି ଗେଟ ଖୋଲାଯିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.