ପୁଣି ଖୋଲିଲା ହୀରାକୁଦର 2ଟି ଗେଟ, ‘ଜଳସ୍ତର ବଢିଲେ ଖୋଲିବ ଆହୁରି ଗେଟ୍’

By ETV Bharat Odisha Team

Published : Sep 13, 2023, 6:04 PM IST

thumbnail

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଗେଟ । ଆଜି ଅପରାହ୍ନ 4 ଟାରେ ହୀରାକୁଦର 2ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦର ଉପର ମୁଣ୍ଡରେ ବର୍ଷା ହେଉଥିବା ଯୋଗୁଁ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ଠାରୁ ଅଧିକ ପାଣି ରହିଛି । ତେଣୁ ଜଳ ନିଷ୍କାସନ ପାଇଁ 2ଟି ଗେଟ ଖୋଲାଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 628.23 ଫୁଟରେ ପହଞ୍ଚିଛି । ଡ୍ୟାମ ପୂର୍ଣ୍ଣ ହେବା ପାଇଁ ଆଉ 2 ଫୁଟ ବି ନାହିଁ ତେଣୁ ଜଳସ୍ତରକୁ ନିୟନ୍ତ୍ରଣ କରିବାକୁ ଏହି ଗେଟ ଖୋଲା ଯିବାର ନିଷ୍ପତି ନିଆଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 73,308 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ୱରୁ 2ଟି ଗେଟ ଖୋଲାଯାଇଛି । ଗେଟ୍ ଖୋଲାଯିବା ପୂର୍ବରୁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ତଳ ମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ସୂଚନା ଦେଇଥିଲେ । ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଆସନ୍ତାକାଲି(ଗୁରୁବାର) ଇନ-ଫ୍ଲୋ ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ହେଲେ ଆହୁରି ଗେଟ ଖୋଲା ଯିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.