ETV Bharat / state

ଖୋଲିଲା ହୀରାକୁଦ ଡ୍ୟାମର ଆଉ 8ଗେଟ୍, ମୋଟ 20ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସନ

author img

By

Published : Aug 5, 2023, 1:12 PM IST

Updated : Aug 5, 2023, 4:47 PM IST

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ ଗେଟ୍
ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ ଗେଟ୍

ବଢୁଛି ହୀରାକୁଦ ଜଳସ୍ତର । ଖୋଲିଲା ଆଉ ୫ଟି ଗେଟ୍ । ମୋଟ ୧୭ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ଅଧିକ ପଢନ୍ତୁ

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ ଗେଟ୍

ସମ୍ବଲପୁର: ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ବର୍ତ୍ତମାନ ଏହାର ଜଳସ୍ତର 621.06 ଫୁଟରେ ପହଞ୍ଚିଛି l ଏହି ଦୃଷ୍ଟିରୁ ହୀରାକୁଦ ଡ୍ୟାମର ଆଉ 8ଟି ଗେଟ୍ ଖୋଲା ଯାଇଛି l ଗତକାଲି ପର୍ଯ୍ୟନ୍ତ 12 ଗେଟ୍ ଖୋଲା ଯାଇଥିଲା l ବର୍ତ୍ତମାନ ମୋଟ 20ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି l ଡ୍ୟାମର ବାମ ପାର୍ଶ୍ଵରେ 11ଟି ଓ ଡାହାଣ ପାର୍ଶ୍ଵରେ 9ଟି ଗେଟ୍ ଖୋଲା ରହିଛି l ଏବେ ହୀରାକୁଦର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 4ଲକ୍ଷ 88 ହଜାର 624 କ୍ୟୁସେକ ବନ୍ୟାଜଳ ଜଳ ଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ 17ଟି ଗେଟ ଜରିଆରେ ତଳ ମୁଣ୍ଡକୁ ପ୍ରାୟ 3ଲକ୍ଷ 2ହଜାର 189 କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି l

ହୀରାକୁଦର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି । ଗତକାଲି ଉପର ମୁଣ୍ଡରେ 17.92 ମିମି ଓ ତଳ ମୁଣ୍ଡରେ 1.39 ମିମି ବର୍ଷା ରେକର୍ଡ ହୋଇଥିଲା । ତେବେ ଆଜି ଉପର ମୁଣ୍ଡରେ 7.11 ମିମି ଓ ତଳ ମୁଣ୍ଡରେ 1.94 ମିମି ବର୍ଷା ରେକର୍ଡ କରାଯାଇଛି । ଶୁକ୍ରବାର ମଧ୍ୟାହ୍ନ 12ଟାରେ ଜଳସ୍ତର 616.37 ଫୁଟ ରହିଥିବା ବେଳେ ଆଜି ଏହା 621.06 ଫୁଟରେ ପହଞ୍ଚିଛି । ହୀରାକୁଦ ଡ୍ୟାମର ଜଳ ଧାରଣା କ୍ଷମତା 630 ଫୁଟ ଅଟେ । ଜଳସ୍ତର ବଢୁଥିବାରୁ ଡ୍ୟାମର ସୁରକ୍ଷା ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଆଜି ଆଉ 5ଟି ଗେଟ ଖୋଲା ଯାଇଛି । ବର୍ତ୍ତମାନ ମୋଟ 17ଟି ଗେଟ ଦେଇ ବନ୍ୟାଜଳ ଜଳ ନିଷ୍କାସିତ ହେଉଛି ।

ଏହାମଧ୍ୟ ପଢନ୍ତୁ: Hirakud dam: ବନ୍ୟା ସ୍ଥିତି ଗମ୍ଭୀର ହେବାରୁ ରୋକିଛି ହୀରାକୁଦ ଡ୍ୟାମ, ଜାଣନ୍ତୁ କେମିତି

ଗତକାଲି ଶିରୋଡ଼ିହିରେ 4ଲକ୍ଷ 62ହଜାର ଘନଫୁଟ ଜଳ ପ୍ରବାହିତ ହେଉଥିଲା । କେଲୋରେ 3ଲକ୍ଷ 70 ହଜାର ଜଳ ପ୍ରବାହିତ ହେଉଥିଲା । ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିଥିବା ବେଳେ ବେଲଗାଁରେ 23ହଜାର 500 ଘନଫୁଟ, ପଥରଲାରେ 78 ହଜାର 433 ଘନଫୁଟ, ଖଇରମାଳରେ 3 ଲକ୍ଷ 45 ହଜାର ଘନଫୁଟ, ବାରମୁଲରେ 2 ଲକ୍ଷ 44 ହଜାର ଓ ମୁଣ୍ଡୁଳିରେ 3 ଲକ୍ଷ 68 ହଜାର 144 ଘନଫୁଟ ଜଳ ପ୍ରବାହିତ ହେଉଛି ।

ସୂଚନାଯୋଗ୍ୟ ଯେ, ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଛି l ଗତ ଜୁଲାଇ 23ରେ ଏହାର ଜଳସ୍ତର ପାଖାପାଖି 616 ଫୁଟ ରହିଥିଲା l ତେବେ ଡ୍ୟାମର କର୍ଭ ରୁଲ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ଓ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ହୀରାକୁଦର ଜଳସ୍ତର 605 ଫୁଟରେ ରଖା ଯାଇଥାଏ l ତେଣୁ ଏହାର ଜଳସ୍ତରକୁ ଜୁଲାଇ ଶେଷ ସୁଦ୍ଧା 606 ଫୁଟକୁ ହ୍ରାସ କରାଯାଇଥିଲା l କାରଣ ଅଗଷ୍ଟ ମାସରେ ପ୍ରବଳ ବର୍ଷା ହେଇଥିବାରୁ ଡ୍ୟାମରେ 25 ଫୁଟ ଉଚ୍ଚତା ଖାଲି ରଖାଯାଇଥାଏ l ଏହାଦ୍ବାରା ଅଗଷ୍ଟ ମାସରେ ଛତିଶଗଡ଼ ପଟୁ ବନ୍ୟା ପାଣି ଅଧିକ ପରିମାଣରେ ଆସିଲେ ସେହି ପାଣିକୁ ଡ୍ୟାମରେ ଭର୍ତ୍ତି କରି ମହଜୁଦ ରଖାଯାଇଥାଏ l

ଇଟିଭି ଭାରତ, ସମ୍ବଲପୁର

Last Updated :Aug 5, 2023, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.