ବୁର୍ଲା ଭିସୁଟର ୧୫ତମ ସମାବର୍ତ୍ତନ ଉତ୍ସବ, ଯୋଗଦେଇ ରାଜ୍ୟପାଳଙ୍କ କୁଳାଧିପତି ଭାବେ ପ୍ରଥମ ଭାଷଣ

By ETV Bharat Odisha Team

Published : Nov 21, 2023, 7:28 PM IST

thumbnail

ସମ୍ବଲପୁର: ଜିଲ୍ଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (VSSUT) ଆଜି(ମଙ୍ଗଳବାର) ଅନୁଷ୍ଠିତ ହୋଇଯାଇଛି ୧୫ତମ ସମାବର୍ତ୍ତନ ଉତ୍ସବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡ଼ିଶାର ନୂତନ ରାଜ୍ୟପାଳ ରଘୁବର ଦାସ । ଏହାସହ କୁଳାଧିପତି ଭାବେ ସେ ପ୍ରଥମ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ ତାଙ୍କୁ ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ବେଶ ଭଲ ଲାଗିଥାଏ । କାରଣ ଏହି ଯୁବପିଢ଼ିଙ୍କ ଆଖିରେ ସେ ଯେଉଁ ଚମକ ଦେଖନ୍ତି ତାହା ରାଜ୍ୟ ତଥା ଦେଶର ବିକାଶର ଝଲକ ସଦୃଶ । ଏଣୁ ଏହି ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେଇ ବେଶ ପ୍ରସନ୍ନ ଥିବା କହିଛନ୍ତି । ଏହି ଅବସରରେ ସେ ଭିସୁଟ ଛାତ୍ରଛାତ୍ରୀଙ୍କୁ ସେ ଭବିଷ୍ୟତ ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ ଜ୍ଞାନ ରହିଥାଏ, ତାଙ୍କ ନିକଟରେ ସମସ୍ତ ସୁଯୋଗ ପହଞ୍ଚିଥାଏ । ଏଣୁ ଖୁବ ଅଧ୍ୟୟନ କରିବା ସହ ବୌଦ୍ଧିକ ଜ୍ଞାନର ବିକାଶ ଦିଗରେ କାର୍ଯ୍ୟ କରିବା ଲାଗି ମଧ୍ୟ କହିଛନ୍ତି । ଯାହା ବି କରୁଛ, ସେଥିରେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ ଛାତ୍ରଛାତ୍ରୀଙ୍କୁ ଆହୁରି କହିଛନ୍ତି ଯେ ଏପରି କାର୍ଯ୍ୟ କର ଯାହାଦ୍ବାରା ବିଶ୍ବ ତଥା ଦେଶର ସର୍ବଶ୍ରେଷ୍ଠ ବୈଷୟିକ ବିଶ୍ବବିଦ୍ୟାଳୟ ତାଲିକାରେ ଭିସୁଟକୁ ସ୍ଥାନ ମିଳୁ । ଏହାସହିତ ଭିସୁଟର ବିକାଶରେ ସେ ସର୍ବଦା ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.