ETV Bharat / state

ବୀରମହରାଜପୁରରେ ତ୍ରିମୁଖୀ ଲଢେଇ, ହେବ କି ପରିବର୍ତ୍ତନ ? - Birmaharajpur Assembly constituency

author img

By ETV Bharat Odisha Team

Published : May 16, 2024, 6:32 PM IST

BIRMAHARAJPUR ASSEMBLY CONSTITUENCY: ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ କଡ଼ା ଫାଇଟ୍ । ମୈଦାନରେ 7 ପ୍ରାର୍ଥୀ । କଡା ଟକ୍କର ମଧ୍ୟରେ କିଏ ମାରିବ ବାଜି । କଣ କହୁଛି ବୀରମହାରାଜପୁରର ରାଜନୈତିକ ପାଣିପାଗ ।

ବିରମହରାଜପୁରରେ ତ୍ରିମୁଖୀ ଲଢେଇ , ହେବ କି ପରିବର୍ତ୍ତନ ?
ବିରମହରାଜପୁରରେ ତ୍ରିମୁଖୀ ଲଢେଇ , ହେବ କି ପରିବର୍ତ୍ତନ ? (ETV Bharat Odisha)

ବୀରମହରାଜପୁରରେ ତ୍ରିମୁଖୀ ଲଢେଇ , ହେବ କି ପରିବର୍ତ୍ତନ ? (ETV Bharat Odisha)

ସୁବର୍ଣ୍ଣପୁର: ଚଳିତ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଛି । ଆଉ ତିନି ଦିନ ପରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ମାତିଛନ୍ତି । ପ୍ରାର୍ଥୀମାନେ ଗାଁରୁ ଗାଁ ଘର ଘର ବୁଲି ପ୍ରାର୍ଥୀମାନଙ୍କ ଉପରେ ପ୍ରତିଶ୍ରୁତି ଅଜାଡି ଦେଉଛନ୍ତି । ନିଜ ସପକ୍ଷରେ ମତଦାନ କରିବା ପାଇଁ ଭୋଟରମାନଙ୍କୁ ନିବେଦନ କରୁଛନ୍ତି । ସେହିପରି ବୀରମହରାଜପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉଷ୍ଣ ହେଉଛି ରାଜନୀତି ପାଣିପାଗ ।

ଏହି ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ସହ ଓ ସ୍ବାଧୀନ ଭାବେ ସାତ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ହେଲେ ବିଜେଡି,ବିଜେପି ଓ କଂଗ୍ରେସ ଭିତରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ବିଜେଡିରୁ ପୁରୁଖା ନେତା ପଦ୍ମନାଭ ବେହେରା ନିର୍ବାଚନ ମୈଦାନରେ ରହି ଥିବାବେଳେ ବିଜେପିରୁ ଯୁବ ନେତା ରଘୁନାଥ ଜଗଦଲା ଓ କଂଗ୍ରେସରୁ ପ୍ରଦୀପ ସେଠୀ ନିର୍ବାଚନ ଲଢୁଛନ୍ତି । ତେବେ ପଦ୍ମନାଭ ବେହେରା ଜଣେ ପୁରୁଖା ନେତା ଭାବେ ବୀରମହାରାଜପୁର ଆସନରୁ ତିନିଥର ଲଗାତାର ନିର୍ବାଚିତ ହୋଇ ଆସୁଛନ୍ତି । ଏହାସହ ବିଜୁପଟ୍ଟନାୟକ ଓ ନବୀନ ପଟ୍ଟନାୟକ କ୍ୟାବିନେଟରେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ସୋନପୁର ଆସନରେ ହେବ ଚର୍ତୁଃମୁଖୀ ଲଢେଇ: ରାଜନୈତିକ ସମୀକ୍ଷକ - Sonepur Assembly Constituency

ଏହା ମଧ୍ୟ ପଢନ୍ତୁ....ନିର୍ବାଚନୀ ମୈଦାନର ରୋଚକ ଦୃଶ୍ୟ, ବିଜେଡି ପ୍ରାର୍ଥୀଙ୍କୁ ବିଜୟ ଆଶୀର୍ବାଦ ମାଗିଲେ ବିଜେପି ପ୍ରାର୍ଥୀ - Odisha Assembly Election 2024

ସେହିପରି ରଘୁନାଥ ଜଗଦଲା ବିଜେପି ପାଇଁ ଦ୍ବିତୀୟ ଥର ପ୍ରାର୍ଥୀ ହୋଇ ଥିବାବେଳେ ପ୍ରଥମ ଥର ପାଇଁ ଯୁବ ନେତା ପ୍ରଦୀପ ସେଠୀ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଛନ୍ତି । ତେବେ ଏହି ଲଢେଇରେ କିଏ ବାଜି ମାରିବ ତାହା କହି ହେଉନାହିଁ । ପ୍ରାର୍ଥୀମାନେ ନିର୍ବାଚନ ବୈତରଣୀ ପା୍ର ହେବା ପାଇଁ ଲଢେଇ କରୁ ଥିବାବେଳେ ଛୋଟ ଛୋଟ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ସେପଟେ ରାଜନୀତି ସମୀକ୍ଷକ ଶ୍ୟାମା ଓମ୍ ପ୍ରସାଦ ମିଶ୍ର କହିଛନ୍ତି," ବୀରମହାରାଜପୁରେ ସିଧାସଳଖ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବା । ଏଥର ପଦ୍ମନାଭ ବେହେରାଙ୍କ ପାଇଁ ବିଜୟୀ ହେବେ ସହଜ ହେବ ନାହିଁ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.