ETV Bharat / state

ମଙ୍ଗଳବାର ଭିସୁଟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରସ୍ତୁତି ଚୂଡାନ୍ତ

author img

By ETV Bharat Odisha Team

Published : Nov 20, 2023, 3:55 PM IST

VSSUT
VSSUT

President Droupadi Murmu VSSUT Visit: ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଭିସୁଟ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିଲାଗି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୂଳପତିଙ୍କ ସୂଚନା । ଅଧିକ ପଢନ୍ତୁ

ଭିସୁଟ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି

ସମ୍ବଲପୁର: ଆସନ୍ତା ୨୧ ଓ ୨୨ରେ ୨ ଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୧ରେ ବୁର୍ଲା ଭିସୁଟରେ ଯୋଗଦାନ କାର୍ଯ୍ୟକ୍ରମ ପରେ ସେ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିବେ । ଏହାପରେ ପରବର୍ତ୍ତୀ ଦିନ ସେ ଶାସନ ସ୍ଥିତ ପାବନ ସରୋବରରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଦ୍ୟାଳୟର "ନୂତନ ଭାରତର ନୂତନ ଶିକ୍ଷା ନୀତି " କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଭିସୁଟ ପକ୍ଷରୁ ଏହାର ପ୍ରସ୍ତୁତି ନେଇ କୂଳପତି ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତି ଆଜି (ସୋମବାର) ଓଡ଼ିଶାରେ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ଜିଲ୍ଲା ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତଙ୍କୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ଜଣେ ଆଇଜି, ସମ୍ବଲପୁର ଏସପିଙ୍କ ସମେତ ଜଣେ କମାଣ୍ଡେଣ୍ଟ, ୫ ଜଣ ଅତିରିକ୍ତ ଏସପି, ୨୩ ଜଣ ଡିଏସପି, ୪୬ ଜଣ ଇନ୍ସପେକ୍ଟର, ୧୪୪ ଜଣ ଏସଆଇ ଓ ଏଏସଆଇ,୧୩୧ ଜଣ କନଷ୍ଟେବଳ, ୧୧୦ ଜଣ ଗୃହରକ୍ଷୀ, ୨୭ ଜଣ ଟ୍ରାଫିକ କନେଷ୍ଟବଳ ଓ ୩୪ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତଙ୍କୁ ନେଇ ସମଲେଶ୍ବରୀ ମନ୍ଦିର ଓ ଭିସୁଟରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ପହଞ୍ଚି ଯାଞ୍ଚ କରିଛି ।

ଏହା ବି ପଢନ୍ତୁ- ଯେତେ ଭାଷା ଶିଖୁଛ ଶିଖ ମାତୃଭାଷାର ମହତ ରଖ:ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ୨୦ ତାରିଖ ଅପରାହ୍ନରେ ଏମସିଏଲ ହେଲିପ୍ୟାଡରେ ଓହ୍ଲାଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରକୁ ଯାଇ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ୪ଟାରୁ ୫ଟା ଯାଏଁ ଭିସୁଟର ୧୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସାରିବା ପରେ ସେ ସିଧାସଳଖ ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ମାଆଙ୍କର ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉକ୍ତ ଦିନ ମାଆ ସମଲେଶ୍ବରୀ ମନ୍ଦିର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ ।

ଏ ନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଏହାପରେ ପରବର୍ତ୍ତୀ ଦିନ ୨୨ ତାରିଖ ସକାଳ ଶାସନ ସ୍ଥିତ ପ୍ଲାବନ ସରୋବରରେ ହେବାକୁ ଥିବା "ନୂତନ ଭାରତର ନୂତନ ଶିକ୍ଷା ନୀତି" ଅଭିଯାନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସକାଳ ୯ଟାରୁ ୧୦ଟା ଯାଏଁ ଏହି କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.