ETV Bharat / state

ଯେତେ ଭାଷା ଶିଖୁଛ ଶିଖ ମାତୃଭାଷାର ମହତ ରଖ:ରାଷ୍ଟ୍ରପତି

author img

By ETV Bharat Odisha Team

Published : Nov 20, 2023, 1:41 PM IST

Updated : Nov 20, 2023, 4:27 PM IST

Santali Writers association Conference
Santali Writers association Conference

ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ଜନ୍ମମାଟି ମୟୁରଭଞ୍ଜ ଗସ୍ତ କରି ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀ

ରାଇରଙ୍ଗପୁର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ଜନ୍ମମାଟି ମୟୁରଭଞ୍ଜ ଗସ୍ତ କରି ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ଯୋଗ ଦେଇଛନ୍ତି । ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ସାନ୍ତାଳୀ ଭାଷାରେ ଅଭିଭାଷଣ ରଖିଥିଲେ ମହାମହିମ । ଯେତେ ଭାଷା ଶିଖୁଛ ଶିଖ ହେଲେ ମାତୃଭାଷାର ମହତ ରଖ ବୋଲି ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି ।

ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀ
ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀ

ଏହା ମଧ୍ୟ ପଢନ୍ତୁ- ଆଜିଠୁ 3 ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅପେକ୍ଷାରେ ଜନ୍ମମାଟି

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମଗ୍ର ମୟୁରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି । ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ପ୍ରସ୍ତୁତି ଜୋରଦାର କରାଯାଇଛି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟପତି ଥିବା ବେଳେ ଆଜି ସକାଳ ସମୟରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଥିଲେ। ଏହାପରେ ଶହିଦ ସ୍ମୃତି ଭବନରେ ଆୟୋଜିତ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହାପରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ୨.୩୫ ମିନିଟରେ ଲୋକାର୍ପଣ କରିବେ ରାଷ୍ଟ୍ରପତି । ପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ନରେ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ ।

ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀ
ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀ

ଏହା ମଧ୍ୟ ପଢନ୍ତୁ- ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି, ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଦେଲେ ଯୋଗ

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବାରିପଦାସ୍ଥିତ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନର କାର୍ଯ୍ୟକ୍ରମ ରହିଛି । ବେଳେ ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତିଙ୍କ ପାଇଁ ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା ସିଝା, ସୋରିଷ, ପାଳଙ୍ଗ, ବଥୁଆ ଶାଗ, ସାଲାଡ୍‌, ପାମ୍ପଡ, ରସ ମଲେଇ, ମିଠା ଦହି ଆଦି ପ୍ରସ୍ତୁତ ହୋଇଛି । ଏନେଇ ନମସ୍ତେ ବାରିପଦା ହୋଟେଲରେ ଖାଦ୍ୟ ପ୍ରସ୍ତୁତି କରାଯାଇଥିବା ନେଇ ହୋଟେଲର ମାଲିକ ନିଗମଜ୍ୟୋତି ପାଢ଼ୀ କହିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ 50 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Nov 20, 2023, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.