ETV Bharat / state

ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି, ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଦେଲେ ଯୋଗ

author img

By ETV Bharat Odisha Team

Published : Nov 20, 2023, 12:21 PM IST

ତିନି ଦିନିଆ ଗସ୍ତରେ ଆସି ନିଜ ମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ମାଟିରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

ନିଜ ମାଟିରେ ରାଷ୍ଟ୍ରପତି
ନିଜ ମାଟିରେ ରାଷ୍ଟ୍ରପତି


ରାଇରଙ୍ଗପୁର: ତିନି ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ପଦ ଅଳଙ୍କୃତ କରିବା ପରେ ଏହା ତାଙ୍କର ଦ୍ବିତୀୟ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ତେବେ ରାଷ୍ଟ୍ରପତି ତଥା ନିଜ ମାଟିର ଝିଅଙ୍କ ସ୍ବାଗତ ପାଇଁ ଜିଲ୍ଲାରେ ଜୋରଦାର ପ୍ରସ୍ତୁତି କରାଯାଇଛି । ସମଗ୍ର ମୟୁରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି । ଏହି 3 ଦିନିଆ ଗସ୍ତରେ ମୟୂରଭଞ୍ଜରେ ରହିବା ସହ ବିଭିନ୍ନ ସମ୍ମିଳନୀରେ ନିଜକୁ ସାମିଲ କରିବେ ରାଷ୍ଟ୍ରପତି ।

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମଗ୍ର ମୟୁରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି। ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ମୟୂରଭଞ୍ଜରେ ରହିବା ପରେ ବୁଧବାର ଦିନ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ତେବେ ପ୍ରଥମେ ଦିଲ୍ଲୀ ସ୍ଥିତ ପାଲାମ ଏୟାରପୋର୍ଟରୁ ଉଡାଜାହାଜ ଯୋଗେ ପଶ୍ଚିମବଙ୍ଗରର କୋଳେଇକୁଣ୍ଡା ବାୟୁସେନାର ଏୟାରବେସରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି। ଏହାପରେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦାର ରିଜର୍ଭ ପୋଲିସ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ୧୦:୫୫ରେ ପହଞ୍ଚିଛନ୍ତି । ସେଠାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ବାହାରି ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ୧୧ଟା ୨୫ରେ ଯୋଗ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ଆଜିଠୁ 3 ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅପେକ୍ଷାରେ ଜନ୍ମମାଟି

ଏହାପରେ ସଡକପଥରେ କୁଳିଅଣା ବ୍ଲକର ପାଣିଜିଆ ଠାରେ ହୋଇଥିବା ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟର ୨:୩୫ରେ ଉଦଘାଟନ କରିବେ । ପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ନରେ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ । ରାଇରଙ୍ଗପୁର ଡାକବଙ୍ଗଳା ଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅତିରିକ୍ତ ଡିଜି ଦେବଦତ୍ତ ସିଂ, ପୂର୍ବାଂଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସୁରକ୍ଷା ବ୍ୟବସ୍ଥାର ନିଜେ ଗ୍ରାଉଣ୍ଡରେ ତଦାରଖ କରୁଛନ୍ତି । ସୁରକ୍ଷା ନିମନ୍ତେ ପାଖାପାଖି ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପ୍ରତିଟି ଗସ୍ତ ସ୍ଥଳରେ ବରିଷ୍ଠ ପୋଲିସ ବିଭାଗର ଅଧିକାରୀ ମାନେ ଦାୟିତ୍ୱରେ ରହିଛନ୍ତି । ଅତିରିକ୍ତ ଏସପି, ଡିଏସପି, ଇନିସପେକ୍ଟର,ଏସଆଇ ପ୍ରମୁଖଙ୍କୁ ମିଶାଇ ୨୦୦ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ନିୟୋଜିତ ରହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.