ETV Bharat / bharat

ମହାରାଷ୍ଟ୍ରରେ ହୋର୍ଡିଂ ଭୁଶୁଡି 16 ଜଣଙ୍କ ମୃତ୍ୟୁ ଘଟଣା, ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ - MUMBAI BILLBOARD COLLAPSE

author img

By ETV Bharat Odisha Team

Published : May 16, 2024, 10:49 PM IST

ମହାରାଷ୍ଟ୍ରରେ ବର୍ଷା ପବନରେ ହୋର୍ଡିଂ ଭୁଶୁଡ଼ିବା ଘଟଣା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି । ଅଧିକ ପଢନ୍ତୁ

MUMBAI HOARDING COLLAPSE
MUMBAI HOARDING COLLAPSE (Photo- ANI)

ମୁମ୍ବାଇ: ମହାରାଷ୍ଟ୍ର କ୍ୟାପିଟାଲ ସିଟିରେ ଘୂର୍ଣ୍ଣିଝଡ଼ ପରେ ହୋର୍ଡିଂ ଭୁଶୁଡ଼ିବା ଘଟଣା । ଏଥିରେ 16 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ହୋର୍ଡିଂ ଲଗାଇଥିବା କମ୍ପାନୀର ମୁଖ୍ୟଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ । ଗିରଫ ବ୍ୟକ୍ତି ଜଣକ ରାଜସ୍ଥାନ ଉଦୟପୁରର ଭବେଶ ଭିନେଦ ବୋଲି ଜଣାପଡ଼ିଛି । ଗତ ସୋମବାର ହଠାତ ହୋର୍ଡିଂଟି ଭାଙ୍ଗିପଡ଼ିବା ପରେ ଏହା ତଳେ ଚାପି ହୋଇଯାଇଥିଲେ ଅନେକ ବ୍ୟକ୍ତି ।

ବିଜ୍ଞାପନ ପ୍ରସାରିତ କରୁଥିବା ଏଜେନ୍ସି ଇଗୋ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ ଭବେଶ । ତାଙ୍କ କମ୍ପାନୀ ଦ୍ବାରା ମୁମ୍ବାଇର ଘଟକୋପାର ଠାରେ ଏହି ହୋର୍ଡିଂଟି ଲଗାଯାଇଥିଲା । ସୋମବାର ହଠାତ ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ ହେବା ପରେ ବିଶାଳ ହୋର୍ଡିଂଟି ଆଖି ପିଛୁଳାକେ ଭାଙ୍ଗିଯାଇଥିଲା । କେହି କିଛି ଜାଣିବା ଆଗରୁ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା ହୋର୍ଡିଂ । ଯେଉଁଥିରେ ଏଯାବତ 16 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 75 ଜଣ ଆହତ ହୋଇଛନ୍ତି । ହୋର୍ଡିଂଟି ଭାଙ୍ଗିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଏହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ଏହା ବି ପଢନ୍ତୁ- ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼; ଭାଙ୍ଗିଲା ଟାୱାର-ହୋର୍ଡିଂ, ୩ମୃତ, ୩୫ ଆହତ

ହୋର୍ଡିଂ ଭୁଶୁଡ଼ି ପଡ଼ିଥିବା ସାଇଟ୍‌ରୁ ମୁମ୍ବାଇ ଏୟାରପୋର୍ଟ ଏଟିସିର ଅବସରପ୍ରାପ୍ତ ଜେନେରାଲ ମ୍ୟାନଜେର ଓ ତାଙ୍କ ପତ୍ନୀଙ୍କ ମୃତଦେହ ମିଳିଥିଲା । ଏହାସହିତ ମୃତ୍ୟୁ ସଂଖ୍ୟା 16ରେ ପହଞ୍ଚିଥିଲା । ଏହି ଅଘଟଣ ଘଟିବା ଦିନ ୱେଷ୍ଟର୍ଣ୍ଣ ମୁମ୍ବାଇ ସ୍ଥିତ ଏଟିସି ଗେଷ୍ଟ ହାଉସରୁ ନିଜ କାରରେ ମଧ୍ୟପ୍ରଦେଶର ଜବଲପୁର ଅଭିମୁଖେ ବାହାରିଥିଲେ ଅବସପ୍ରାପ୍ତ ଜିଏମ ମନୋଜ ଚାନସୋରିଆ (60) ଓ ପତ୍ନୀ ଅନିତା (59) । ସୋମବାର ସନ୍ଧ୍ୟାରୁ ସେମାନେ ନିଖୋଜ ଥିଲେ । ଭୁଶୁଡ଼ି ପଡ଼ିଥିବା ହୋର୍ଡିଂ ତଳେ ଅଟକି ରହିଥିବା କାରରୁ ଜଣେ ପୁରୁଷ ଓ ମହିଳାଙ୍କ ମୃତଦେହକୁ ବୁଧବାର ମଧ୍ୟରାତିରେ ବାହାର କରାଯାଇଥିଲା ଏବଂ ପରେ ଏହା ମନୋଜ ଚାନସୋରିଆ ଏବଂ ତାଙ୍କ ପତ୍ନୀ ବୋଲି ଜଣାପଡିଥିଲା ।

ଏହା ବି ପଢନ୍ତୁ- ମୁମ୍ବାଇରେ ହୋର୍ଡିଂ ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୭୪ ଆହତ

ଭୁଶୁଡ଼ି ପଡ଼ିଥିବା ବିରାଟ ବଡ ହୋର୍ଡିଂର ଦୈଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 120 x 120 ଫୁଟର ଥିଲା । ପ୍ରଶାସନର କହିବାନୁସାରେ ଏହାକୁ ବେଆଇନ ଭାବେ ଘଟକୋରପାର ଛେଡା ନଗର ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଲଗାଯାଇଥିଲା । ସୋମବାର ସନ୍ଧ୍ୟାରେ ବର୍ଷା ପବନରେ ଏହା ଭୁଶୁଡ଼ି ପଡ଼ିଥିଲା । ପ୍ରାୟ 66ଘଣ୍ଟା ଅର୍ଥାତ ଗୁରୁବାର ସକାଳ 10ଟା 30 ପର୍ଯ୍ୟନ୍ତ ଏଠାରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ମଧ୍ୟ ନିୟୋଜିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.